Wednesday, September 9, 2026
29.9 C
Odisha

    ୧୫ ଡିଗ୍ରି ତଳେ ୧୬ ସହର: ଘୁ.ଉଦୟଗିରିରେ ପ୍ରବଳ ଥଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାରା ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହୋଇଛି। ଗତକାଲି ରାତିରେ ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଆଜି ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାର ତାପମାତ୍ରା ଚଳିତବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରି ତଳକୁ ଖସି ୯.୧ ଡିଗ୍ରିରେ ପହଞ୍ଚିଛି। ଏହାବ୍ୟତୀତ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୧.୫, ଅନୁଗୁଳରେ ୧୧.୬, ରାଉରକେଲାରେ ୧୨.୨, ଝାରସୁଗୁଡ଼ାରେ ୧୨.୪, ଭବାନୀପାଟଣାରେ ୧୩, ଚିପିଲିମାରେ ୧୩.୪, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ ଓ କିରେଇରେ ୧୪, ନବରଙ୍ଗପୁରରେ ୧୪.୫, ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। କଟକ ଓ ଭୁବନେଶ୍ବର ସହରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୬ ଓ ୧୬.୮ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା‌ ତିନି ଦିନ ଅର୍ଥାତ୍‌ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ