Friday, October 9, 2026
28.3 C
Odisha

    ୧୭ ଲକ୍ଷ ନେଇ ଠିକା ସୁପରଭାଇଜର ଛୁ’, ଥାନାରେ ଏତଲା

    ଆଗକୁ ପଢନ୍ତୁ

    କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଜମୁନାନାକିରେ ଭଡ଼ାରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କୁସୁମିୟା ଗ୍ରାମର ଭବାନୀ ଶଙ୍କର ନାୟକ(୨୬) ନାମକ ଜଣେ ଠିକା ସୁପରଭାଇଜର ବିଜୁ ଗ୍ରାମଜ୍ୟୋତି ଯୋଜନାରେ ବୀରମିତ୍ରପୁର ଓ ରାଉରକେଲା ଅଞ୍ଚଳରେ ବୈଦ୍ୟୁତିକ ଠିକା କାର୍ଯ୍ୟ କରୁଥିବା ବାଲେଶ୍ଵର ଅଞ୍ଚଳର ଠିକାଦାର ନରହରି ଜେନାଙ୍କ ଠାରୁ ୧୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଏନେଇ ନରହରି ରବିବାର କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ଫେରାର ଭବାନୀ ଶଙ୍କରଙ୍କ ଫୋନ୍‌କୁ କଲ କରିଥିଲେ ହେଁ ତାହା ବନ୍ଦ ଥିବାରୁ ତାଙ୍କୁ ଧରିବା ପାଇଁ ଖୁଣ୍ଟା ପୁଲିସର ସହାୟତା ନିଆଯାଇପାରେ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ