Thursday, September 10, 2026
24.5 C
Odisha

    ଖୋର୍ଦ୍ଧା ପାଇକଙ୍କ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ: ରାଜ୍ୟପାଳ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ଖୋର୍ଦ୍ଧା ହେଉଛି ପୂଣ୍ୟ ଭୂମି। ଏ ମାଟିର ବୀର ପାଇକମାନଙ୍କର ବିଦ୍ରୋହ ଚିର ସ୍ମରଣୀୟ। ୧୮୧୭ ମସିହାରେ ଏ ମାଟିର ବୀରପୁଅମାନେ ଇଂରେଜ ଶାସନ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରି ଦେଇଥିଲେ, ତାହା ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ। ସ୍ଥାନୀୟ ହାବେଳି ପଡ଼ିଆରେ ଗତ ଆଠ ଦିନ ଧରି ଚାଲିଥିବା ଖୋର୍ଦ୍ଧା ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଆଜି ଏହା କହିଛନ୍ତି। ବୀର ପାଇକମାନଙ୍କର ବଳିଦାନକୁ ସମ୍ମାନ ଜଣାଇ ସେ କହିଛନ୍ତି, ଆମ ଦେଶର ବୀରମାନଙ୍କର ସ୍ବପ୍ନ ଥିଲା, ଏକ ବିକଶିତ ଭାରତ ଗଠନ କରିବା। ଯାହା କେବଳ ସହର ନୁହେଁ, ଗାଁରୁ ବିକଶିତ ହୋଇଥିବ। ଏ ପ୍ରକାର ମେଳା ମହୋତ୍ସବ ବିକଶିତ ଭାରତ ଗଠନ କରିବାର ଏକ ବଡ଼ ମାଧ୍ୟମ। ଏଠି ଗାଁର ଉତ୍ପାଦନ ସହଜରେ ଉପଲବ୍ଧ। ୨୦୪୭ ମସିହାକୁ ପୂରା ଭାରତବର୍ଷ ସ୍ବାଧୀନତାର ଶତାବ୍ଦୀ ପାଳନ କରିବାକୁ ଚାହୁଁଥିବା ବେଳେ ଏଭଳି ମେଳା ମହୋତ୍ସବ ଜରିଆରେ ଆମେ ‘ଲୋକାଲ୍ ଫର ଭୋକାଲ୍’କୁ ଆପଣାଇ ଦେଶର ଅର୍ଥନୀତି ବଡ଼ ସମୃଦ୍ଧ କରିବାକୁ ଆହ୍ବାନ ଦେଇଥିଲେ। ଉତ୍ସବ ହେଉ ଅବା ମହୋତ୍ସବ, ବଞ୍ଚିବା ପାଇଁ ଏହା ଗୋଟିଏ ଗୋଟିଏ ସାମାଜିକ ଉର୍ଜା। ଖୋର୍ଦ୍ଧା ମହୋତ୍ସବ ଆସନ୍ତାବର୍ଷ ରଜତ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଏ ମହୋତ୍ସବକୁ ଆହୁରି ଉନ୍ନତ କରିବାକୁ ପରାମର୍ଶ ଦେଇଥିଲେ। ମହୋତ୍ସବ କମିଟିର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ, ଖୋର୍ଦ୍ଧା ମହୋତ୍ସବ ସାରା ଓଡ଼ିଶାରେ ପାଳିତ ହେଉଥିବା ମହୋତ୍ସବର କର୍ଣ୍ଣଧାର। ମହୋତ୍ସବର ବିଚାର ପ୍ରଥମେ ଖୋର୍ଦ୍ଧା ମାଟିରୁ ଶୁଭାରମ୍ଭ ହୋଇଥିଲା।

    ୧୯୯୯ ମହାବାତ୍ୟା ସମୟରେ ଆରମ୍ଭ ହୋଇଥିବା ଛୋଟିଆ ପ୍ରୟାସ ଆଜି ମହାଦ୍ରୁମ ସଦୃଶ ହୋଇଛି। ଏବେ ଓଡ଼ିଶା ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ମହୋତ୍ସବ ଧାରା ଆଗେଇ ଆସିଛି ବୋଲି କହିଥିଲେ। ଏହି ଅବସରରେ ଖୋର୍ଦ୍ଧା ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ସଞ୍ଜୟ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ସମସ୍ତଙ୍କର ସମ୍ପୃକ୍ତି ପାଇଁ ୨୪ବର୍ଷ ତଳେ ଆରମ୍ଭ ହୋଇଥିବା ଏ ମହୋତ୍ସବ ଆଜି ଏତେ ବଡ଼ ରୂପ ନେଇଛି। ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଆସନ୍ତାବର୍ଷ ଏ ଅନୁଷ୍ଠାନ ୨୫ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଆୟୋଜକ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପୃଷ୍ଟି ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିନେତ୍ରୀ ତୃପ୍ତି ନାୟକ, ସାହିତ୍ୟପ୍ରେମୀ ତାରିଣୀ ପ୍ରସାଦ ମହାନ୍ତି, ସ୍ପର୍ଶ ହସ୍ପିଟାଲ୍‌ର ପ୍ରିୟବ୍ରତ ସାହୁ ଓ ସାମଜସେବୀ ଅଭିଷେକ ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ସଭା ପରେ ପାଇକ ଆଖଡ଼ା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ