Saturday, October 3, 2026
24.8 C
Odisha

    ବିମାନରେ ଥିବା ୧୯ ଯାତ୍ରୀଙ୍କ ମଧ୍ୟରୁ ୧୮ ମୃତ; ପାଇଲଟ୍‌ ଚିକିତ୍ସାଧୀନ

    ଆଗକୁ ପଢନ୍ତୁ

    କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନଟି ଟେକ୍‌-ଅଫ୍‌ କରିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ସେହି ବିମାନରେ ସମୁଦାୟ ୧୯ ଜଣ ବୈଷୟିକ୍‌ ଟିମ୍‌ ଯାତ୍ରା କରୁଥିଲେ। ବିମାନର ପାଇଲଟ ୩୭ ବର୍ଷିୟ ମନୀଷ ଶାକ୍ୟାଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ବିମାନଟି ବିମାନର ବୈଷୟିକ କର୍ମଚାରୀଙ୍କୁ ନେଇ ଯାଉଥିଲା।

    ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଉକ୍ତ ସ୍ଥାନରେ ପୁଲିସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିମାନଟି ରନୱେର ଦକ୍ଷିଣ ପ୍ରାନ୍ତରୁ ଉଡ଼ାଣ ଭରିବା ବେଳେ ହଠାତ୍ ୱିଙ୍ଗ୍ ଟିପ୍ ଭୂମିରେ ଖସିପଡିଥିଲା ​​ବୋଲି କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି। ତୁରନ୍ତ ନିଆଁ ଲାଗିଯିବା ପରେ ବିମାନଟି ରନୱେର ପୂର୍ବ ପାର୍ଶ୍ୱରେ ଥିବା ଏକ ଘାଟରେ ଖସିପଡିଥିଲା। ପୋଖରା ଅଭିମୁଖେ ଯାଉଥିବା ଉକ୍ତ ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ଟିଆଇଏର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ୍‌ ଏ ସଂପର୍କରେ ଗଣମାଧ୍ୟମରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ