Saturday, September 19, 2026
24.2 C
Odisha

    ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ, ୧୯ ମୃତ

    ଆଗକୁ ପଢନ୍ତୁ

    ଗାଜା: ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଅଲ୍-ଆକ୍ସା ହସପିଟାଲ ଅନୁଯାୟୀ, ଇସ୍ରାଏଲ ରବିବାର ସକାଳେ ଡେଇର ଅଲ-ବାଲାହରେ ଥିବା ଏକ ଘର ଉପରେ ବୋମା ମାଡ଼ କରି ଜଣେ ମହିଳା ଏବଂ ତାଙ୍କ ୬ ସନ୍ତାନଙ୍କୁ ହତ୍ୟା କରିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଉତ୍ତର ଜବାଲିଆ ସହରରେ ଏକ ଆବାସିକ କୋଠାରେ ଥିବା ଦୁଇଟି ଆପାର୍ଟମେଣ୍ଟ ଉପରେ ଆକ୍ରମଣ କରାଯାଇ ଦୁଇ ଜଣ ପୁରୁଷ, ଜଣେ ମହିଳା ଏବଂ ତାଙ୍କ ଝିଅଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଅବଦା ହସପିଟାଲର ତଥ୍ୟ ଅନୁସାରେ ମଧ୍ୟ ଗାଜାରେ ଇସ୍ରାଏଲ ଆକ୍ରମଣରେ ୪ ଜଣ ମୃତ୍ୟୁବରଣ କରିଛନ୍ତି ।

    ଗାଜା ଉପରେ ଇସ୍ରାଏଲର ଏଭଳି ବାରମ୍ବାର ଆକ୍ରମଣରେ ଆମେରିକା ମଧ୍ୟ ଚିନ୍ତା ପ୍ରକାଶ କରିଛି । ଏଭଳି ସ୍ଥିତିରେ ଯଥାଶୀଘ୍ର ଅସ୍ତ୍ରବିରତି ପାଇଁ ଆମେରିକା ଦାବି କରିଛି। ଦୀର୍ଘ ମାସର ଜଟିଳ ଆଲୋଚନା ପରେ ଅସ୍ତ୍ରବିରତି ଚୁକ୍ତିରେ ପହଞ୍ଚିବା ଲକ୍ଷ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ମଧ୍ୟପ୍ରାଚ୍ୟ ଅଭିମୁଖେ ଯାତ୍ରା କରିଛନ୍ତି। ଆମେରିକା ତୁରନ୍ତ ଅସ୍ତ୍ରବିରତି ପାଇଁ ଚାପ ପକାଉଛି। ଯାହାଦ୍ୱାରା ସାଧାରଣ ପାଲେଷ୍ଟାଇନରେ ଚାଲିଥିବା ଧ୍ବଂସଲୀଳାକୁ ରୋକାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    88 %
    0.9kmh
    100 %
    Sat
    30 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ