Sunday, September 27, 2026
27.3 C
Odisha

    ଚାକିରି ପ୍ରଲୋଭନ ଦେଖାଇ ୨୦ ମହିଳାଙ୍କୁ ଗଣଦୁଷ୍କର୍ମ

    ଆଗକୁ ପଢନ୍ତୁ

    ଜୟପୁର: ରାଜସ୍ଥାନରେ ଚାକିରି ପ୍ରଲୋଭନ ଦେଖାଇ ୨୦ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ଏ ବାବଦରେ ୮ଟି ଏଫ୍‌ଆଇଆର୍‌ ପାଇବା ପରେ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ରାଜସ୍ଥାନର ସିରୋହି ପୌର ପରିଷଦର ଅଧ୍ୟକ୍ଷ ମହେନ୍ଦ୍ର ମେଵଡ଼ା, ପୂର୍ବତନ ପୌର ପରିଷଦ କମିସନର ମହେନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ୮ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅଙ୍ଗନବାଡ଼ିରେ ଚାକିରି ଦେବା ନାଁରେ ପ୍ରାୟ ୨୦ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପାଲି ଜିଲ୍ଲାର ଜଣେ ପୀଡ଼ିତା ମହିଳା ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ଏବଂ ଏହାପରେ ଆଉ ୭ ଜଣ ମହିଳା ଥାନାକୁ ଆସି ଏତଲା ରୁଜୁ କରିଛନ୍ତି। ତେବେ ପୌର ଅଧ୍ୟକ୍ଷ ଏବଂ ପୂର୍ବତନ ପୌର ପରିଷଦ କମିସନର ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏହା ଷଡ଼୍‌ଯନ୍ତ୍ର ବୋଲି କହିଛନ୍ତି। ପୀଡ଼ିତାମାନେ ଦାବି କରିଛନ୍ତି ଯେ ଅଭିଯୁକ୍ତମାନେ ଯୌନ ନିର୍ଯାତନାର ଭିଡିଓ ରେକର୍ଡିଂ କରିଥିଲେ ଏବଂ ଘଟଣା ସଂପର୍କରେ କାହାକୁ କହିଲେ ଫୁଟେଜ୍ ସୋସିଆଲ ମିଡିଆରେ ସେୟାର କରିବାକୁ ଧମକ ଦେଇଥିଲେ।
    ଅଭିଯୋଗ ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ ଅଙ୍ଗନବାଡ଼ିରେ କାମ କରିବାକୁ ୨୦ ଜଣ ମହିଳା ସିରୋହି ଯାଇଥିଲେ ଏବଂ ସେମାନଙ୍କ ନିଯୁକ୍ତି ନିଶ୍ଚିତ ବୋଲି ଦୁଇ ମୁଖ୍ୟ ଅଭିଯୁକ୍ତ ସେମାନଙ୍କୁ ଆଶ୍ବସ୍ତ କରାଇବା ସହ ରହିବା ପାଇଁ ଏକ ଘର ବ୍ୟବସ୍ଥା କରିଥିଲେ। ସେଠାରେ ମହିଳାମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଦିଆଯାଇଥିଲା, ଯାହା ଖାଇବା ପରେ ସେମାନେ ଅଚେତ ହୋଇପଡ଼ିଥିଲେ। ଏହି ଅବସ୍ଥାରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ଚେତା ଫେରିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ଭିଡିଓ ରେକର୍ଡିଂ ଦେଖାଇବା ସହ ମୁହଁ ନଖୋଲିବାକୁ ଧମକ ଦେଇଥିଲେ। ଏହାପରେ ଅଭିଯୁକ୍ତମାନେ ମହିଳାମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ୮ ଜଣ ମହିଳା ଲିଖିତ ଅଭିଯୋଗ କରିଥିବାରୁ ରାଜସ୍ଥାନ ହାଇକୋର୍ଟ ନିଜଆଡ଼ୁ ଏହାକୁ ସଂଜ୍ଞାନକୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ