Thursday, August 20, 2026
25.1 C
Odisha

    ହୃଦଘାତ ନେଲା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚୀମାର ଜୀବନ

    ଆଗକୁ ପଢନ୍ତୁ

    ଇସଲାମାବାଦ: ହୃଦଘାତ ନେଲା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚୀମାର ଜୀବନ। ଲସ୍କର-ଏ-ତଇବାର ବରିଷ୍ଠ କମାଣ୍ଡର ତଥା ୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ଆଜମ ଚୀମା ପାକିସ୍ତାନର ଫୈସଲାବାଦ ସହରରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା କୁହାଯାଉଛି। ଗୁଇନ୍ଦା ସୂତ୍ରରୁ ଏହି ଖବର ନିଶ୍ଚିତ ହୋଇଛି। ସୂଚନା ମିଳିଛି ଯେ, ଫୈସଲାବାଦର ମଲଖାନୱାଲାରେ ଆଜମ ଚୀମାର ଅନ୍ତିମ ସଂସ୍କାର କରାଯାଇଥିଲା।
    ଉଲ୍ଲେଖଯୋଗ୍ୟ, ୨୦୦୬ ମସିହାରେ ମୁମ୍ବାଇରେ ହୋଇଥିବା ଟ୍ରେନ୍ ବୋମା ବିସ୍ଫୋରଣ ପାଇଁ ଦାୟୀ ଥିଲା ଆଜମ। ଏହି ବିସ୍ଫୋରଣରେ ୧୮୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଜୁଲାଇ ୧୧, ୨୦୦୬ରେ, ମୁମ୍ବାଇରେ ଟ୍ରେନର ସାତୋଟି ବଗିରେ ଗୋଟେ ପରେ ଗୋଟେ ବୋମା ବିସ୍ଫୋରଣ ହୋଇଥିଲା। ସନ୍ଧ୍ୟା ସମୟରେ ଲୋକେ କାମ ସାରି ଘରକୁ ଫେରୁଥିବା ବେଳେ ୬.୨୪ରୁ ୬.୩୫ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ପୁଲିସ ୩୦ଜଣଙ୍କୁ ଅଭିଯୁକ୍ତ କରିଥିଲା, ଯେଉଁଥିରେ ୧୩ଜଣ ପାକିସ୍ତାନୀ ନାଗରିକ ଥିବା ଚିହ୍ନଟ କରାଯାଇଥିଲା।

    ଏହା ପରେ ନଭେମ୍ବର ୨୬, ୨୦୦୮ରେ, ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ଦକ୍ଷିଣ ମୁମ୍ବାଇ ଅଞ୍ଚଳରେ ପ୍ରବେଶ କରି ତାଜମହଲ ପ୍ୟାଲେସ ହୋଟେଲ ସମେତ ଅନେକ ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୬ଜଣ ଆମେରିକୀୟଙ୍କ ସମେତ ୧୬୬ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ୧୮ଜଣ ସୁରକ୍ଷାକର୍ମୀ ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ଏହି ଆକ୍ରମଣକାରୀଙ୍କୁ ଆଜମ ଚୀମା ପ୍ରଶିକ୍ଷଣ ଦେଇଥିବା ସାମ୍ନାକୁ ଆସିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    92 %
    1.7kmh
    99 %
    Thu
    25 °
    Fri
    30 °
    Sat
    25 °
    Sun
    25 °
    Mon
    29 °

    ସମ୍ବନ୍ଧିତ