Thursday, July 3, 2025
24.6 C
Odisha

    ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ କାଉଡ଼ିଆ ମୃତ ୧୮ ଗୁରୁତର

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ କାଉଡ଼ିଆ ଗୁରୁତର ରହିଛନ୍ତି । ହରିଦ୍ବାର ଯାଉଥିବା ସମୟରେ ଏପରି ଅଘଟଣ ହୋଇଥିବା ସୂଚନା ମିଳୁଛି । ଟ୍ରକଟି ଓଲଟି ପଡିଥିବାରୁ ଏପରି ଅଘଟଣ ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଏସଡିଆରଏଫ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

    ସୂଚନାନୁଯାୟୀ, ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏପରି ଦୁର୍ଘଟଣା ଘଟିଥିଲା । ଫାକୋଟ ଏବଂ ଜାଜଲର ତଛଲା ନିକଟରେ ପ୍ରାୟ ସକାଳ ୯ଟା ସମୟରେ ଏପରି ଅଘଟଣ ଘଟିଥିଲା । ଟ୍ରକଟି କାଉଡ଼ିଆଙ୍କ ଉପରେ ଓଲଟି ପଡିଥିବାରୁ ସେମାନେ ଟ୍ରକ୍ ତଳେ ଫସି ରହିଥିଲେ । ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ କାଉଡ଼ିଆ ଗୁରୁତର ଥିଲେ । ସେମାନଙ୍କ ମଧ୍ୟରେ ୪ବର୍ଷର ଶିଶୁ ମଧ୍ୟ ରହିଥିଲା । ପ୍ରଥମେ ଶିଶୁକୁ ଉଦ୍ଧାର କରାଯାଇଥିଲା । ଅନ୍ୟମାନଙ୍କ କ୍ଷୟକ୍ଷତି ଘଟିଥିବାବେଳେ କଅଁଳ ଶିଶୁଟିର କୌଣସି କ୍ଷୟକ୍ଷତି ଘଟିନଥିଲା । ଏପରି ସମୟରେ ମଧ୍ୟ ଅଲୌକିକ ଚମତ୍କାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ଏସଡିଆରଏଫ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାରୀଙ୍କ ଟିମ୍ ସହିତ ମିଶି ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସେମାନଙ୍କୁ ସହାୟତା କରିଥିଲେ । ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

    ଏପଟେ ମୃତକଙ୍କୁ ଚିହ୍ନଟ କରାଯାଇଛି । ମୃତକ ହେଲେ ଭିକି, ସୁନୀଲ ସାଇନି ଏବଂ ସଞ୍ଜୟ । ୪ଜଣ ଆହତଙ୍କୁ ଏମ୍ସ ଋଷିକେଶରେ ଏବଂ ଅନ୍ୟମାନଙ୍କୁ ନରେନ୍ଦ୍ର ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି ।

    ଅନ୍ୟପଟେ ଯେ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ଡ୍ରାଇଭର ଏକ ପାହାଡ଼ ଉପରେ ଗାଡ଼ିର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା ବୋଲି କହିଛନ୍ତି ନରେନ୍ଦ୍ର ନଗର ପୋଲିସ ଷ୍ଟେସନ୍ ଇନଚାର୍ଜ ସଞ୍ଜୟ ମିଶ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    1.8kmh
    100 %
    Thu
    25 °
    Fri
    29 °
    Sat
    29 °
    Sun
    25 °
    Mon
    24 °

    ସମ୍ବନ୍ଧିତ