Tuesday, March 24, 2026
35.3 C
Odisha

    କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ମୁତୟନ ହେବେ ୩୫ ହଜାର ପୁଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ନିର୍ବାଚନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଉପରେ ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ସେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ମୋଟ ୩୫ ହଜାର ପୁଲିସ ମୁତୟନ ହେବେ। ୧୨୧ କଂପାନୀ ସିଏପିଏଫ୍‌, ୧୨୧ କଂପାନୀ ଓଏସ୍‌ଏପି ରହିବେ। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି ରହିବେ। ମୋଟ ୪୩ ଏଏସ୍‌ପି, ୯୫ ଡିଏସ୍‌ପି, ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିବେ। ଏଥି ସହିତ ୨୧୬୦ ଏସ୍‌ଆଇ ଓ ଏଏସ୍‌ଆଇ, ୧୦ ହଜାର ୨୧୨ କନଷ୍ଟେବଲ, ୭ ହଜାର ହୋମଗାର୍ଡ ରହିବେ। ଅନ୍ୟପଟେ ଛତିଶଗଡ଼ରୁ ୩ଶହ କନଷ୍ଟେବଲ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି। ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କଂପାନୀ ସିଏପିଏଫ୍‌ ମଧ୍ୟ ଆସିଛନ୍ତି।

    ଏଥି ସହିତ ଡିଜିପି ଅରୁଣ ଷଡଙ୍ଗୀ କହିଛନ୍ତି ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି। ୧୨ଟି ପୁଲିସ ଜିଲ୍ଲାରେ ୧୦ ହଜାର ୫୫୧ ଟି ବୁଥ ଅଛି। ଏହା ଭିତରେ ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି। ୩୫ ହଜାର ପୁଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ଏହି ୧୨ ଟି ଜିଲ୍ଲାରେ ୧୨୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୧୦୬ ପ୍ଲାଟୁନ ଓଡିଶା ଆର୍ମଡ଼ ପୁଲିସ ରହିବେ । ସମ୍ବଲପୁର, କେଉଁଝର, ଖୋର୍ଦ୍ଧା, କଟକ ପାଇଁ ୪ ଜଣ ଆଇପିଏସ ଦାୟିତ୍ୱ ରହିବେ। ବୁଥ ତଦାରଖ ପାଇଁ ୭୬୩ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ପ୍ରତେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୨ ଟି ଜିଲ୍ଲା ସୀମାରେ ଥିବା ୧୭ଟି ବର୍ଡର ଚେକ ପୋଷ୍ଟରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୩୩୧ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୩୪୩ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୨ଟି ଜିଲ୍ଲାରେ ୨୫ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ