Wednesday, January 8, 2025
26.6 C
Odisha

    ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ୫ ହଜାର ୧୪ ପଦବୀ ଖାଲି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ୫୦୧୪ ଡାକ୍ତର ପଦବୀ ଖାଲି ପଡିଛି। ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।ରାଜ୍ୟରେ ଡାକ୍ତର ନିଯୁକ୍ତି ହେଉ ନ ଥିବାବେଳେ ଏକାଧିକ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟସେବା ସଙ୍କଟରେ ପଡ଼ିଛି। ତେଣୁ ଏନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି  ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ରାଜ୍ୟରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ମୋଟ ୫ ହଜାର ୧୪ ପଦବୀ ଖାଲି ପଡିଛି ।

    ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୃହରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ୩୭୫ଟି ସିଏଚସିରେ ଡାକ୍ତର ନାହାନ୍ତି। ମୟୁରଭଞ୍ଜ  ଓ ଗଞ୍ଜାମରେ ସର୍ବାଧିକ ୮୭ ଲେଖାଏଁ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ରହିଛି । ସେହିପରି ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ପଡିଛି। ସରକାର ଡାକ୍ତରୀ ପଦବୀ ପୂରଣ ଦିଗରେ କାମ କରୁଛନ୍ତି । ପର୍ଯ୍ୟାୟକ୍ରମେ ଏସବୁ ପଦବୀ ପୂରଣ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    22 %
    2.5kmh
    0 %
    Wed
    27 °
    Thu
    27 °
    Fri
    28 °
    Sat
    28 °
    Sun
    29 °

    ସମ୍ବନ୍ଧିତ