Tuesday, March 24, 2026
29.2 C
Odisha

    ଗଣେଶ ବିସର୍ଜନ ବେଳେ ନଦୀରେ ବୁଡ଼ି ୮ ମୃତ

    ଆଗକୁ ପଢନ୍ତୁ

    ଗାନ୍ଧିନଗର: ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ହାଗମ ତହସିଲ ବାସନା ସୋଗାଥି ଗ୍ରାମ ନିକଟ ମେଶଭୋ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ଦେହଗାମ ତାଲୁକାର ବାସନା ସୋଗାଥି ଗ୍ରାମର ବାସିନ୍ଦା। ଏହି ଘଟଣାରେ ଆହୁରି ୨ ଜଣ ଲୋକ ନିଖୋଜ ଅଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ।
    ଉପଖଣ୍ଡ ମାଜିଷ୍ଟ୍ରେଟ ବିବି ମୋଦୀଆ କହିଛନ୍ତି, ନଦୀରୁ ଆମେ ୮ଟି ମୃତଦେହ ଉଦ୍ଧାର କରିଛୁ। ତେବେ କେତେ ଲୋକ ପାଣିଭିତରକୁ ଓହ୍ଲାଇଛନ୍ତି ତାହା ସ୍ପଷ୍ଟ ହୋଇନଥିବାରୁ ଖୋଜାଖୋଜି ଜାରି ରହିଛି। ମୃତକମାନେ ସ୍ଥାନୀୟ ଲୋକ ଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରେ ନଦୀର ଗଭୀରତାକୁ ଭୁଲ ଆକଳନ କରିଥିବେ। ଅଳ୍ପ ଦୂରତାରେ ନିର୍ମାଣାଧୀନ ଚେକ୍ ଡ୍ୟାମ୍ ଯୋଗୁଁ ନିକଟରେ ଜଳସ୍ତର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

    ଗୋଟିଏ ଦିନ ତଳେ ଗୁଜୁରାଟର ପାଟନରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ସରସ୍ୱତୀ ନଦୀରେ ୭ ଜଣ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସରସ୍ୱତୀ ନଦୀର ବ୍ୟାରେଜରେ ଏହି ଘଟଣା ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ