Tuesday, October 6, 2026
28.6 C
Odisha

    ଜମ୍ମୁ ଓ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ୮ ମୃତ

    ଆଗକୁ ପଢନ୍ତୁ

    ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗର ଡାକସୁମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠାରେ ଏକ କାର୍ରେ ଯାଉଥିବା ସମସ୍ତ ୮ ଜଣ ଲୋକ ଖାଲକୁ ଖସି ପଡ଼ିଥିଲେ। ଦୁର୍ଘଟଣାଗ୍ରସ୍ତ ସୁମୋ ଗାଡ଼ିଟି ଜମ୍ମୁ ଅଞ୍ଚଳର କିସ୍ତୱାରରୁ ଆସୁଥିଲା। ଡାକ୍ସମ ନିକଟରେ ଅନିୟନ୍ତ୍ରିତ ଭାବରେ ଏହା ରାସ୍ତା ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି।

    ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ବାହାର କରିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

    ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଇମତିଆଜ ଅହମ୍ମଦ ତାଙ୍କ ୫ ପିଲା ଓ ୨ ଜଣ ମହିଳାଙ୍କ ସହ କାରରେ ଯାଉଥିବା ବେଳେ କିଶ୍ତୱାର-ଅନନ୍ତନାଗ ରାସ୍ତାର ଅରଶାନ୍ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା। ଏହାପରେ ଗାଡିଟି ଏକ ଖାଲକୁ ଖସି ପଡ଼ିଥିଲା। ମୃତ ଇମ୍ତିଆଜ୍ କିଶ୍ତୱାରରୁ ମାଡୱାସ୍ଥିତ ନିଜ ଘରକୁ ଆସୁଥିଲେ, ଯେଉଁଠାରେ ସେ ପୋଲିସ ଡ୍ୟୁଟିରେ ନିୟୋଜିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ