Monday, July 28, 2025
25.2 C
Odisha

    ୮,୧୮୩ ସରକାରୀ ଗାଡି଼ ୧୫ ବର୍ଷ ପୁରୁଣା, ୩,୧୫୯ ଗାଡି ସ୍କ୍ରାପ୍ ହୋଇଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ୭,୨୦୪ଟି ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ନିଲାମ ହୋଇଛି। ୩,୧୫୯ଟି ସରକାରୀ ଗାଡି ସ୍ପ୍ରାପ୍ ହୋଇଛି। ଗୁରୁବାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି।
    ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଚାଳିତ ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ସଂଖ୍ୟା ୮,୧୮୩ । ସେଥିମଧ୍ୟରୁ ଏମଏସଟିସି ପୋର୍ଟାଲ ମାଧ୍ଯମରେ ୭,୨୦୪ ଗାଡି ନିଲାମ ହୋଇଛି ଓ ୩,୧୫୯ଟି ସରକାରୀ ଗାଡି ସ୍କ୍ରାପ୍ କରାଯାଇଛି ।
    ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଟିଏ କାର୍ଯ୍ୟକ୍ଷମ ସ୍କ୍ରାପ୍ ସେଣ୍ଟର ଖୋର୍ଦ୍ଧାରେ ଅଛି । ଏହାର ଏକ ସଂଗ୍ରହ କେନ୍ଦ୍ର କେନ୍ଦୁଝରରେ ରହିଛି । ଅତିରିକ୍ତ ଟିକସ ଦେଇ ବ୍ୟକ୍ତିଗତ ଗାଡ଼ିର ମାଲିକ ମାନଙ୍କର ୨,୧୩,୬୩୨ ଗାଡ଼ିର କାର୍ଯ୍ୟକ୍ଷମ ସୀମାକୁ ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    83 %
    4.3kmh
    100 %
    Sun
    25 °
    Mon
    27 °
    Tue
    27 °
    Wed
    28 °
    Thu
    30 °

    ସମ୍ବନ୍ଧିତ