Thursday, March 19, 2026
29.1 C
Odisha

    ଧର୍ମଶାଳା ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପ୍ଲେଇଙ୍ଗ-୧୧ ଘୋଷଣା, ଫେରିଲେ ଷ୍ଟାର ଖେଳାଳି

    ଆଗକୁ ପଢନ୍ତୁ

    ଧର୍ମଶାଳା: ଭାରତ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୭ ଗୁରୁବାର ୫ ଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯିବ। ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ବୁଧବାର ଇଂଲଣ୍ଡ ଟିମ୍ ନିଜର ଫ୍ଲେଇଙ୍ଗ-୧୧‌ ଘୋଷଣା କରିଛି। ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳର ଦ୍ରୁତ ବୋଲର ମାର୍କ ୱୁଡ ଦଳକୁ ଫେରିଛନ୍ତି। ଅପରପକ୍ଷରେ ଓଲି ରବିନସନଙ୍କୁ ରାଞ୍ଚି ଟେଷ୍ଟ ପରେ ଦଳରୁ ବାହାରେ ରଖାଯାଇଛି। ‌ସେ ରାଞ୍ଚି ଟେଷ୍ଟର ପ୍ରଥମ ପାଳିରେ ଧୂଆଁଧାର ଅର୍ଦ୍ଧଶତକ କରିଥିଲେ।ଏହା ସତ୍ତ୍ବେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଧର୍ମଶାଳା ଟେଷ୍ଟ ପାଇଁ ମାର୍କ ୱୁଡଙ୍କୁ ଦଳକୁ ଆଣିଛନ୍ତି। ଏହି ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ବିଜୟୀ ହୋଇ ସାରିଛି। ତେବେ ଶେଷ ମ୍ୟାଚ୍ କୁ ଜିତିବା ପାଇଁ ଉଭୟ ଦଳ ପ୍ରୟାସ କରୁଛନ୍ତି। ଇଂଲଣ୍ଡ ଧର୍ମଶାଳାରେ ମାର୍ଚ୍ଚ ୩ରେ ପହଞ୍ଚିବା ସହିତ ମାର୍ଚ୍ଚ ୪ରେ ନେଟ୍ ପ୍ରାକ୍ଟିସ୍ କରିସାରିଛି।ପୂର୍ବରୁ ଚଳିତ ସିରିଜରେ ମାର୍କ ୱୁଡ ଭାରତ ବିରୋଧରେ ବେଶ୍ ଭଲ ବୋଲିଂ କରିସାରିଛନ୍ତି। ତାଙ୍କର ପେସ୍ ବୋଲିଂ ଏବଂ ସ୍ପିନ୍ ଭାରତୀୟ ଖେଳାଳିଙ୍କ ସମସ୍ୟାରେ ପକାଇଥିଲା। ତେଣୁ ଧର୍ମଶାଳା ଟେଷ୍ଟରେ ତାଙ୍କୁ ଦଳରେ ସାମିଲ କରିବାକୁ ଟିମ୍ ଇଂଲଣ୍ଡ ମ୍ୟାନେଜମେଣ୍ଟ ଚିନ୍ତା କରି ରବିନସନଙ୍କ ବଦଳରେ ମାର୍କ ୱୁଡଙ୍କ ଉପରେ ଭରସା କରିଛନ୍ତି।ଇଂଲଣ୍ଡର ପ୍ଲେଇଙ୍ଗ୍-୧୧ରେ ବେନ ଷ୍ଟୋକସ୍, ଜୈକ କ୍ରାଲି, ଜୋନି ବେୟରଷ୍ଟୋ, ଓଲି ପୋପ୍, ବେନ୍ ଡକେଟ, ଜୋ ରୁଟ୍, ବେନ ଫୋକ୍ସ, ଟୋମ୍ ହାର୍ଟଲି, ମାର୍କ ୱୁଡ୍, ଜେମ୍ସ ଏଣ୍ଡରସନ ଏବଂ ଶୋଏବ ବଶିର ପ୍ରମୁଖ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    35 %
    0.5kmh
    100 %
    Thu
    30 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ