Monday, September 28, 2026
30.3 C
Odisha

    ଶେଖ ଶାହାଜାହାଁକୁ ସିବିଆଇକୁ ହସ୍ତାନ୍ତର କଲନି କାହିଁକି ? ପଶ୍ଚିମବଙ୍ଗ ପୁଲିସ ଉପରେ ହାଇକୋର୍ଟ କ୍ଷୁବଧ

    ଆଗକୁ ପଢନ୍ତୁ

    କୋଲକାତା : ନିର୍ଦ୍ଦେଶ ସତ୍ତ୍ବେ ସନ୍ଦେଶଖାଲି ଅଭିଯୁକ୍ତ ଶେଖ ଶାହହାଜାଁକୁ ସିବିଆଇ ହାତରେ ସମର୍ପଣ ନ କରିବାରୁ ପଶ୍ଚିମବଙ୍ଗ ପୁଲିସର ସିଆଇଡି ଉପରେ କ୍ଷୁବଧ ହୋଇଛନ୍ତି କାଲକାଟା ହାଇକୋର୍ଟ। ଆଜି ଅପରାହ୍ଣ ୪ ସୁଦ୍ଧା ଶାହହାହାଁକୁ ସିବିଆଇକୁ ସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ।ହାଇକୋର୍ଟର ବିଚାରପତି ହରିଶ ଟଣ୍ଡନ ଓ ଜଷ୍ଟିସ ହିରନ୍ମୟ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗ ସିଆଇଡିକୁ ଅବମାନନା ନୋଟିସ ଜାରି କରିଛନ୍ତି। ଅଦାଲତ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ଆଜି ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ହେପାଜତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ହାଇକୋର୍ଟ କହିଛନ୍ତି।

    ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାର ଅଭିଯୁକ୍ତ ଏବଂ ନିଲମ୍ବିତ ଟିଏମସି ନେତା ଶାହାଜାହାଁର ହେପାଜତ ସିବିଆଇକୁ ହସ୍ତାନ୍ତର କରିବାକୁ କାଲକାଟା ହାଇକୋର୍ଟ ମଙ୍ଗଳବାର (ମାର୍ଚ୍ଚ ୫) ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ପଶ୍ଚିମବଙ୍ଗ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିବା ସହ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ତଦନ୍ତରେ ବିଳମ୍ବ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ଶାହଜାହାନକୁ ସିବିଆଇକୁ ହସ୍ତାନ୍ତର ନକରିବା ପାଇଁ ଇଡି କାଲକାଟା ହାଇକୋର୍ଟରେ ଅଦାଲତ ଅବମାନନା ଆବେଦନ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ