Wednesday, October 23, 2024
21.7 C
Odisha

    କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ

    ଆଗକୁ ପଢନ୍ତୁ

    କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ଵରରେ । ମହିଳା ହୋମଗାର୍ଡ ଜଣଙ୍କ ରିଜର୍ଭ ପୁଲିସ ଲାଇନ୍ ସଂସ୍କୃତି ଭବନରେ ଡ୍ୟୁଟିରେ କାର୍ଯ୍ୟରତ ଥିବା ବେଳେ କନଷ୍ଟେବଳ ଅଲିଫ କୁମାର ଦାସ ତାଙ୍କୁ ଅଶାଳୀନ ବ୍ୟବହାର ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହିଳା ହୋମଗାର୍ଡ ଜଣକ ଗତ ସେପ୍ଟେମ୍ବର ୨୨ରେ ସ୍ଥାନୀୟ ଆରଆଇଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

    ଅସହାଚରଣ ନେଇ ଗତ ୩ ଅକ୍ଟୋବରରେ ସହଦେବ ଖୁଣ୍ଟା ଥାନା ରେ ଅଭିଯୋଗ ଆଣିଥିଲେ ଏପରିକି ଡାକ ଯୋଗେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଜଣାଇ ଥିଲେ । କିନ୍ତୁ ପୁଲିସ୍ କୌଣଷି ପଦକ୍ଷେପ ନନେବା ଯୋଗୁଁ ବାଧ୍ୟ ହୋଇ ମହିଳା ହୋମଗାର୍ଡ ଜଣକ ନ୍ୟାୟ ପାଇଁ ଜିଲ୍ଲା ସ୍ଵତନ୍ତ୍ର ଏସସି,ଏସ ଟି କୋର୍ଟ ରେ ମାମଲା ରୁଜୁ କରିଛନ୍ତି ।
    ଅନ୍ୟପଟେ ମାମଲାକୁ ଚପାଇବା ପାଇଁ କନଷ୍ଟେବଳ ସଂଘର ସଭାପତି ହାବିଲଦାର ମାନସ କୁମାର ପାଣିଗ୍ରାହୀ ମହିଳା ହୋମଗାର୍ଡଙ୍କୁ ବାରମ୍ବାର ଚାପ ପ୍ରୟୋଗ କରିବା ସହ ମହିଳା ହୋମଗାର୍ଡଙ୍କୁ ଜାତି ଲଗାଇ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାରେ ନ୍ୟାୟ ନପାଇଲା ପର୍ଯ୍ୟନ୍ତ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମହିଳା ହୋମଗାର୍ଡ ଜଣକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ