Saturday, July 27, 2024
24.6 C
Odisha

    କଲବଲ କରୁଛି ଜାଡ଼, ଘନ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

    ଆଗକୁ ପଢନ୍ତୁ

    କଲବଲ କରୁଛି ଜାଡ଼ । ଅସହ୍ୟ ଶୀତରେ ଥରୁଛି ଦେଶ। ଉତ୍ତରରୁ ପୂର୍ବ ଭାରତ ପର୍ଯ୍ୟନ୍ତ ଭୟଙ୍କର ଶୀତ ଲହରୀ। ସାରା ଓଡ଼ିଶାରେ ଶୀତ ଲହରୀ। ଉପକୂଳରୁ ଉପାନ୍ତ, ସବୁଠି ଅସହ୍ୟ ଜାଡ଼। ଗତ କିଛି ଦିନ ହେଲା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥବା ଥଣ୍ଡା ଓ ଶୁଷ୍କ ପବନ ଯୋଗୁ ଅସହ୍ୟ ଜାଡ଼ ଅନୁଭବ ହେଉଛି। ଶୀତ ସାଙ୍ଗକୁ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ । ଆସନ୍ତା ୨୫ ତାରିଖ ସକାଳ ଯାଏ ଘନ କୁହୁଡ଼ିର ସମ୍ଭାବନା ରହିଛି ।

    ଏଥିପାଇଁ ଦୃଶ୍ୟମାନ ଦୂରତା ୨ଶହ ମିଟରରୁ କମ ରହିବ । ୩ ଦିନ ପାଇଁ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ପୋଉଁଛନ୍ତି । ଶିମିଳିପାଳ ପାଦଦେଶରେ ପାରଦ ଶୂନ ଡିଗ୍ରୀକୁ ଖସିଛି । କିଛି ସ୍ଥାନରେ ହାଲୁକା ତୁଷାରପାତ ହେଉଛି। ଦିନେ ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲିସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଥିଯୋଗୁ ଶୀତ ସାମାନ୍ୟ କମିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ