Thursday, September 18, 2025
24.2 C
Odisha

    ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ଏସି ଟେକ୍ନିସିଆନ ସଂଘ

    ଆଗକୁ ପଢନ୍ତୁ

    ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଏସି ଟେକ୍ନିସିଆନ ସଂଘ । ଏସି ସଜାଡ଼ିବା ସମୟରେ ହାଇଟେକ୍ ମେଡ଼ିକାଲ କତୃପକ୍ଷ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଘର କର୍ମକର୍ତା ।ସେପଟେ ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଂଟିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    0.8kmh
    100 %
    Thu
    31 °
    Fri
    31 °
    Sat
    32 °
    Sun
    31 °
    Mon
    31 °

    ସମ୍ବନ୍ଧିତ