Wednesday, September 30, 2026
22.7 C
Odisha

    ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଘଟଣାସ୍ଥଳରେ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ନିକଟରେ ଟ୍ରକ୍‌ ହେଲପରଙ୍କ ଉପରେ ଟ୍ରକ୍‌ ମାଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗାଡ଼ି ସଜାଡ଼ିବା ବେଳେ ପଛରୁ ଆସି ଏକ ଟ୍ରକ୍‌ ଧକ୍କା  ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଉକ୍ତ ଟ୍ରକଟି କେଉଁଝର ଅଞ୍ଚଳରୁ ଲୁହାପଥର ନେଇ ଧାମରା ବନ୍ଦରକୁ ଆସୁଥିବା ସୂଚନା ରହିଛି। ଲୁହାପଥର ବୋଝେଇ ଟ୍ରକଟିର ଯାନ୍ତ୍ରିକ ତ୍ରୁଟି ପାଇଁ ପାର୍କିଂ କରି ଛିଡ଼ା ହୋଇଥିବା ବେଳେ ପଛପଟୁ ଏକ ଚିପ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା। ଟାୟାର ଖୋଲୁଥିବା ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଚିପ୍ସ ବୋଝେଇ ଟ୍ରକ ଚାଳକ ବି ଗୁରୁତର ହୋଇଛନ୍ତି। ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ