Monday, October 5, 2026
21.7 C
Odisha

    କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏଯାଏ ମୃତକମାନଙ୍କର ପରିଚୟ ମିଳିପାରିନି। ଏଣେ କଟକ ଜିଲ୍ଲାପାଳ ନରହରି ସେଠୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେଣେ ଏସସିବି ମେଡିକାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇଛି।ଘଟଣାରୁ ପ୍ରକାଶ ଯେ କଟରପଡ଼ା କଳା ପୋଲ ନିକଟରେ ସକାଳ ସାଢ଼େ ୭ଟାରେ ମନୋରମା ବସ ଚାନ୍ଦବାଲିରୁ କଟକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକକୁ ମୁହାଁମୁହିଁ ପିଟିଥିଲା। ଏହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଆଉଜଣଙ୍କର ପ୍ରାଣହାନି ଘଟିଥିଲା। ଏହାଫଳରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ଏବେ ବି ଆହୁରି ୭ଜଣଙ୍କ ଅବସ୍ଥା ସକଟାପନ୍ନ ଥିବା କୁହାଯାଉଛି। ବସରେ ଥିବା ୪୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ବସରେ ଦୁଇ ଜଣ ଡ୍ରାଇଭର୍ ବର୍ତ୍ତମାନ ଫସିକି ଥିଲେ। ଦମକଳ ବାହିନୀ ସହ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ