Thursday, April 9, 2026
24.8 C
Odisha

    ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସହରାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ବସ୍‌’ ସେବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସେବା ଦ୍ବାରା ଅନେକଙ୍କ ଜୀବନକୁ ବିଗତ ଦିନରେ କ୍ଷତି ପହଞ୍ଚିଛି। ସର୍ବସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଠୋର ଦିଗରେ କାମ କରିବାକୁ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି ଯେ, ମୋ ବସ୍‌ର ଦ୍ରୁତଗତି ପାଇଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି। ତେଣୁ ଏହାର ଗତି ନିୟନ୍ତ୍ରଣ ପାଇଁ ଖୁବ୍‌ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ସୂଚନା‌ଯୋଗ୍ୟ, ନିୟନ୍ତ୍ରଣରେ ନରହି ମୋ ବସ୍‌ ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍‌ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ୧୫ଟି ମୋ ବସକୁ ଅଟକ ରଖିଥିଲେ। ପଳରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ସାଢେ ୩ ଘଣ୍ଟା ମୋ ବସ୍ ଚଳାଚଳ ବନ୍ଦ ରହିଥିଲା।କ’ଣ ଥିଲା ରାଜଧାନୀର ଘଟଣା?

    ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଗତ ୨ ତାରିଖ ସକାଳେ ଜଣେ ଯୁବତୀ ରାସ୍ତା ପାର ହେଉଥିବା ବେଳେ ମୋ ବସ୍‌ ଧକ୍କା ଦେଇଥିଲା। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ସମ୍ବଲପୁରର ଏହି ଯୁବତୀ ଝିଲି ଷୋହଲା ଭୁବନେଶ୍ଵରସ୍ଥିତ ଏକ ବିୟୁଟି ପାର୍ଲରରେ କାମ କରନ୍ତି।ତାଙ୍କୁ ମୋ ବସ୍ ଧକ୍କା ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଯୁବତୀଙ୍କୁ କ୍ଷତିପୂରଣ ଓ କ୍ରୁଟରେ ସରକାରୀ ନିଯୁକ୍ତି ଦେବାକୁ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    69 %
    0.8kmh
    36 %
    Thu
    37 °
    Fri
    37 °
    Sat
    39 °
    Sun
    42 °
    Mon
    41 °

    ସମ୍ବନ୍ଧିତ