Sunday, April 13, 2025
25.4 C
Odisha

    କଂଗ୍ରେସର ହାତ ଧରିଲେ ମନୋଜ ମିଶ୍ର

    ଆଗକୁ ପଢନ୍ତୁ

    କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ହାତ ଧରିଲେ ମନୋଜ । ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ ।କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ମୁଁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବ । ପୂର୍ବରୁ ଓଲିଉଡକୁ ନେଇ ଦେଖାଦେଇଥିବା ବିବାଦରେ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଥିଲେ ନରସିଂହ ମିଶ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    73 %
    1.5kmh
    87 %
    Sun
    40 °
    Mon
    39 °
    Tue
    38 °
    Wed
    37 °
    Thu
    39 °

    ସମ୍ବନ୍ଧିତ