Saturday, July 27, 2024
24.6 C
Odisha

    ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର

    ଆଗକୁ ପଢନ୍ତୁ

    ଭାରତୀୟ ନୌସେନାର ହେଲା ଶକ୍ତି ବୃଦ୍ଧି । ଶତ୍ରୁରାଷ୍ଟ ପାକିସ୍ଥାନ ଓ ଚୀନର ବଢିଲା ଭୟ । ଆଦାନି ଡିଫେନ୍ସ ଓ ଏରୋସ୍ପେଶ ଦ୍ୱାରା ବିକଶିତ କରାଯାଇଥିବା ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ମାନବ ରହିତ ଏହି ସ୍ୱଦେଶୀ ଡ୍ରୋନକୁ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନାରେ ସାମିଲ କରାଯାଇଛି । ଆରବ ସାଗରରେ ପଣ୍ୟବାହୀ ଜାହାଜ ଗୁଡିକ ଉପରେ ଆକ୍ରମଣ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଭାରତୀୟ ନୌସେନା । ଏହାରି ମଧ୍ୟରେ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ ଡ୍ରୋନକୁ ନୌସେନାରେ ସାମିଲ ଶତ୍ରୁ ରାଷ୍ଟ୍ରଙ୍କୁ ଚେତବାନୀ ସଦୃଶ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଡ୍ରୋନ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ର ପେଲୋଡ କ୍ଷମତା ୪୫୦ କେଜି ରହିଥିବା ବେଳେ ଏହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟକୁ ଭେଦ କରିବାକୁ ସକ୍ଷମ । ଏହାଦ୍ୱାର ସମୁଦ୍ର ମଧ୍ୟରେ ଶତ୍ରୁ ରାଷ୍ଟ୍ରଙ୍କୁ ଜବାବ ଦେବା ଆହୁରି ସହଜ ହେବ ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ