Saturday, July 27, 2024
24.6 C
Odisha

    ପାର୍ଟିରେ ଇଶାନଙ୍କ ଯୋଗ ଦେବା ନେଇ ଅସନ୍ତୁଷ୍ଟ ମ୍ୟାନେଜମେଂଟ, ଆୟରଙ୍କ ପାଇଁ କାଳ ହେଲା ଖରାପ ଶଟ୍ ଚୟନ

    ଆଗକୁ ପଢନ୍ତୁ

    ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଈଶାନ୍ କିଶନ ଓ ଶ୍ରେୟସ ଆୟର । ଏବେ ଏହାକୁ ନେଇ ବଡ଼ କଥା ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି । ଟିମ୍ ମ୍ୟାନେଜମେଂଟ, ଇଶାନଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଈଶାନ୍ ଓହରି ଯାଇଥିଲେ । ଯାହା ପରେ ସେ ସ୍ୱଦେଶ ଫେରିଆସିଥିଲେ । ତେବେ ସ୍ୱଦେଶ ଫେରିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଘରେ ପାର୍ଟି କରୁଥିଲେ । ଏହାବ୍ୟତୀତ ଏକ ଟିଭି ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଟିମ୍ ମ୍ୟାନେଜମେଂଟ ଖପ୍ପା ହୋଇଥିଲା । ସେହିପରି ଆୟର ସଟ୍ ଚୟନକୁ ନେଇ ଟିମ୍ ଚୟନକର୍ତା ଅସନ୍ତୁଷ୍ଟ ଥିଲା । ବିଶେଷ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଅତି ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ ଆୟର । ଏଥିପାଇଁ ଚୟନକର୍ତା ତାଙ୍କୁ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦେଇଥିଲା । ଆଉ ଆନ୍ଧ୍ର ପ୍ରଦେଶ ବିପକ୍ଷ ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ତାଙ୍କୁ ମୁମ୍ବାଇ ଦଳରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ, ଯେଉଁ ଖେଳାଳିମାନେ ଟେଷ୍ଟ ଓ ପ୍ରଥମଶ୍ରେଣୀ କ୍ରିକେଟ୍କୁ ଗୁରୁତ୍ୱର ସହ ନେଉନାହାନ୍ତି, ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇବା ପାଇଁ ଚୟନ କମିଟି ଏଭଳି ନିଷ୍ପତି ନେଉଛି । ଚୟନକର୍ତା ରିଙ୍କୁ ସିଂଙ୍କ କଠିନ ପରିଶ୍ରମରେ ଖୁବ୍ ପ୍ରଭାବିତ ହୋଇଥିବା ବେଳେ ଖୁବ୍ ଶୀଘ୍ର ତାଙ୍କୁ ଟେଷ୍ଟ ଟିମ୍ରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ