Tuesday, September 29, 2026
28.1 C
Odisha

    ଏମ୍‌ସ ଭୁବନେଶ୍ବରରେ ଫୋର୍‌ଡି ସ୍ପାଇନ୍‌, ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏକାଧିକ ବ୍ୟବସ୍ଥା ଥିବା ଏହି ଲ୍ୟାବ୍‌ର ଶୁଭାରମ୍ଭ କରିଛନ୍ତି।

    ଏହି ଉନ୍ନତ ଜ୍ଞାନକୌଶଳଯୁକ୍ତ ଲ୍ୟାବ୍‌ ଶରୀରର ଗଣ୍ଠି ଉପରେ ରିଅଲ୍ ଟାଇମ୍ ବାୟୋମେକାନିକାଲ୍ ତଥ୍ୟ ପ୍ରଦାନ କରିବା ସହିତ ମେରୁଦଣ୍ଡ ବିକୃତିର ମୂଲ୍ୟାଙ୍କନ ଏବଂ ସଠିକ୍‌ ପରିମାଣ ବାବଦ‌ରେ ସର୍ବାତ୍ତମ ସୂଚନା ପ୍ରଦାନ କରିଥାଏ। ଷ୍ଟ୍ରୋକ୍, ସ୍କୋଲିଓସିସ୍, ବେକ ଏବଂ କମର ଯନ୍ତ୍ରଣା, ପୋଲିଓ ପରବର୍ତ୍ତୀ ଅବଶିଷ୍ଟ ପକ୍ଷାଘାତ, ମାୟୋପାଥି ଏବଂ ନ୍ୟୁରୋପାଥି ପରି ଅବସ୍ଥାର ପରିଚାଳନା ପାଇଁ ଏହା ବିଶେଷ ଲାଭଦାୟକ ଅଟେ। କ୍ରୀଡ଼ାବିତଙ୍କ ପାଇଁ ଏହି ଲ୍ୟାବ୍ ବିଶେଷ ଲାଭ ପ୍ରଦାନ କରିବ। କ୍ରୀଡ଼ା ପୁନର୍ବାସ ପାଇଁ ରିଅଲ୍-ଟାଇମ୍ ବିଶ୍ଳେଷଣ ପ୍ରଦାନ କରିବା ସହିତ କ୍ରୀଡ଼ାବିତଙ୍କ ପୁନରୁଦ୍ଧାର ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବ। ଚିହ୍ନଟ ହୋଇପାରୁନଥିବା ଯେକୌଣସି ସାଧାରଣ ଆଘାତର ପରିମାଣକୁ ସଠିକ୍‌ ମୂଲ୍ୟାଙ୍କନ କରିବା ଏବଂ ଏହାର ଚିକିତ୍ସା କ୍ଷେତ୍ରରେ ଏହି ଲ୍ୟାବ୍‌ ଅନନ୍ୟ ଫଳାଫଳ ପ୍ରଦାନ କରିବ। ବିପଦପୂର୍ଣ୍ଣ ବିକିରଣରୁ ମୁକ୍ତ ଏବଂ ସଠିକ୍ ନିଦାନ ପ୍ରଦାନ ସହିତ ଲୁକ୍କାୟିତ ଆଘାତ, ମାଂସପେଶୀ ବ୍ୟାଘାତ, ଶରୀରର ସନ୍ତୁଳନ ଏବଂ ପାଦ ଚାପ ପ୍ରଣାଳୀ ଚିହ୍ନଟ କରିବାରେ ଏହି ବ୍ୟବସ୍ଥା ସୁଦୂରପ୍ରସାରୀ ପ୍ରଭାବ ପକାଇବା ନେଇ ପିଏମଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ ସୂଚନା ଦେଇଛନ୍ତି।

    ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡ. ଆର୍‌ ଏନ୍‌ ସାହୁ, ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ଅଧୀକ୍ଷଣ ଯନ୍ତ୍ରୀ ଆର୍‌ ପି ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ