Saturday, September 21, 2024
26.4 C
Odisha

    ଦିନେ ରଥଯାତ୍ରା ପାଇଁ ସାହାଯ୍ୟ କରିଥିଲେ ଟ୍ରମ୍ପ : ଆଜି ତାଙ୍କ ଜୀବନ ବଞ୍ଚାଇଦେଲେ ମହାପ୍ରଭୁ ଜଗନ୍ନାଥ

    ଆଗକୁ ପଢନ୍ତୁ

    ମହାପ୍ରଭୁ ଜଗନ୍ନାଥ ଡୋନାଲ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଦେଇଛନ୍ତି । ଏକଥା ଆମେ କହୁନାହୁଁ, ଆମେରିକାରେ ଜଣେ ଇସ୍କନ ସଦସ୍ୟ ଏହା କହିଛନ୍ତି । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହୋଇଛି । ଗୁଳି ଡୋନାଲ୍ଡ ଟ୍ରମ୍ପଙ୍କ କାନକୁ ଛୁଇଁ ପାର୍ ହୋଇଯାଇଛି । ଯେତେବେଳେ ପେନସିଲବେନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିଲେ ଠିକ୍ ସେହି ସମୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ଇସ୍କନ ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି ।ଇସ୍କନର କହିବା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କ କାରଣରୁ ଟ୍ରମ୍ପଙ୍କ ଜୀବନ ବଞ୍ଚିଯାଇଛି । ଏହି ଘଟଣାରେ ୧୯୭୬ରେ ନ୍ୟୁୟର୍କର ପ୍ରଥମ ରଥଯାତ୍ରା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ସଂଯୋଗକୁ ଇସ୍କନ ମନେପକାଇଦେଇଛି । ଇସ୍କନ କୋଲକତାର ଅଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି, ୧୯୭୬ରେ ଇସ୍କନ ଭକ୍ତମାନେ ନ୍ୟୁୟର୍କରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏକ ବଡ ସ୍ଥାନ ଖୋଜୁଥିଲେ । ସେହି ସମୟରେ ଡୋନାଲ୍ଡ ଟ୍ରମ୍ପ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏକ ବଡ ସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସାହାଯ୍ୟ କରିଥିଲେ । ଆଉ ଏବେ ପ୍ରଭୁ ଜଗନ୍ନାଥ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ତାଙ୍କ ସାହାଯ୍ୟର ଫଳ ଦେଇଛନ୍ତି ।
    ସେତେବେଳେ ଟ୍ରମ୍ପଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା । ସେ ସେତେବେଳେ ଜଣେ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଭାବରେ ଉଭା ହୋଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତାରେ ହିଁ ୧୯୭୬ରେ ନ୍ୟୁୟର୍କରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ହୋଇପାରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.4 ° C
    26.4 °
    26.4 °
    83 %
    0.9kmh
    57 %
    Sat
    31 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ