Tuesday, March 11, 2025
20.3 C
Odisha

    ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୪/୦୫: ଓଡିଶାର ସାମୁହିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ବିକଶିତ ଓଡିଶା ଗଠନ ପାଇଁ ବିଜେପି ସରକାର ଦରକାର । ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ, ପରଂପରା, କଳା, ଭାସ୍କର୍ଯ୍ୟ ଆଦିର ସୁରକ୍ଷା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସେବା ପାଇଁ ବିଜେପିକୁ ଥରେ ସୁଯୋଗ ଦେବାକୁ ରାଜ୍ୟବାସୀ ମନସ୍ଥିର କରିଛନ୍ତି । ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ଓ ବ୍ୟଭୀଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ୟକ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ବିଜେପିର ପ୍ରଚାରକୁ ଶାଣିତ କରିବା ଆସନ୍ତା କାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡିଶା ଆସୁଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

    କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା କାଲି ମଧ୍ୟାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ଆସ୍‌କା ସଂଦୀୟ କ୍ଷେତ୍ରର ସୋରଡାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପରେ ଶ୍ରୀ ଶାହା ସଂଧ୍ୟା ୫ଟାରେ କଟକଠାରେ ଅନୁଷ୍ଠିତ “ବିଶାଳ ରୋଡ ସୋ” ରେ ଯୋଗ ଦେବେ । ଶ୍ରୀ ଭୁବନେଶ୍ୱର ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।
    ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଆସନ୍ତା ସଂଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଦଳୀୟ କର୍ମଶାଳାରେ ଯୋଗଦେବେ । ଶ୍ରୀ ନଡ୍ଡା ଆସନ୍ତା ୧୬ ତାରିଖ ଦିନ ବରଗଡ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    37 %
    1.1kmh
    1 %
    Tue
    36 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ