Saturday, September 12, 2026
24 C
Odisha

    ଆଜି ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର କରିବା ପାଇଁ ଓଡ଼ିଶାକୁ କେନ୍ଦ୍ର ନେତୃମଣ୍ଡଳୀଙ୍କ ସୁଅ ଛୁଟିବାରେ ଲାଗିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏଥିମଧ୍ୟରେ ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ସହ ଭୋଟ୍ ପାଇଁ ନିବେଦନ କରିବେ । ବର୍ତ୍ତମାନ ନିର୍ବାଚନ ପାଇଁ ଓଡ଼ିଶା ଉପରେ ରହିଛି ବିଜେପିର ଫୋକସ୍ । ଅମିତ ଶାହାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ରାଜ୍ୟରେ ହାଇଭୋଲଟେଜ୍ ପ୍ରଚାର କରିଥିଲେ । ଏହା ସହ ରୋଡ୍ ଶୋ କରିବାର ମଧ୍ୟ ନଜିର ରହିଛି । ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୂର୍ବାହ୍ନ ୧୦ଟା ୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ପରେ ରେମେଡ ଗାଁ ପଡିଆରେ ପୂର୍ବାହ୍ନ ୧୧ଟା ୧୫ରେ ଜନସଭାକୁ ସମ୍ବୋଧିତ କରିବେ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେବେ। ଏହା ପରେ ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨ଟା ୧୫ରେ ଢେଙ୍କାନାଳର ପରଜଙ୍ଗ(ବାଟଗାଁ ଖେଳପଡିଆ)ଠାରେ ଏବଂ ଅପରାହ୍ନ ୩ଟା ୧୫ରେ ନୟାଗଡ(ଲାଠିପଡା ଟାଙ୍ଗି ପଡିଆ)ଠାରେ ଅନୁଷ୍ଠତି ଜନସଭାକୁ ସମ୍ବୋଧିତ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ