Monday, October 19, 2026
23.2 C
Odisha

    ପାକିସ୍ତାନ ଓ କଂଗ୍ରେସର ଏଜେଣ୍ଡା ସମାନ : ଅମିତ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର୍ ଧରିଛି । ଏକ ପାକିସ୍ତାନୀ ଟିଭି ଚ୍ୟାନେଲକୁ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ସହ ପାକିସ୍ତାନ ସରକାର ଏକମତ ଅଛନ୍ତି । ଏବେ ଏହି ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଧାରା ୩୭୦ ଓ ୩୫ଏ କୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କଂଗ୍ରେସ ଓ ଜେକେଏନସିକୁ ସମର୍ଥନ କରିଥିବା କଥା ପୁଣି ଥରେ କଂଗ୍ରେସକୁ ପଦାରେ ପକାଇଛି। କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ମଧ୍ୟ ସମାନ ବୋଲି ଏହି ବୟାନ ପୁଣି ଥରେ ସ୍ପଷ୍ଟ କରିଛି। ଗତ କିଛି ବର୍ଷ ଧରି ରାହୁଲ ଗାନ୍ଧି ପ୍ରତ୍ୟେକ ଭାରତୀୟ ବିରୋଧୀ ଶକ୍ତିଙ୍କ ସହ ଠିଆ ହୋଇ ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି। ”

    ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ର ପ୍ରମାଣ ମାଗିବା ହେଉ କିମ୍ବା ଭାରତୀୟ ସେନା ବିଷୟରେ ଆପତ୍ତିଜନକ କଥା କହିବା ପାଇଁ ହେଉ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ ଏବଂ ପାକିସ୍ତାନର ସ୍ୱର ସର୍ବଦା ସମାନ ରହିଛି ।
    ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ର ପ୍ରମାଣ ମାଗିବା ହେଉ କିମ୍ବା ଭାରତୀୟ ସେନା ବିଷୟରେ ଆପତ୍ତିଜନକ କଥା କହିବା ପାଇଁ ହେଉ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ ଏବଂ ପାକିସ୍ତାନର ସ୍ୱର ସର୍ବଦା ସମାନ ରହିଛି ଏବଂ କଂଗ୍ରେସ ସର୍ବଦା ଦେଶ ବିରୋଧୀ ଶକ୍ତିଙ୍କ ସହ ହାତ ମିଳାଇଛି। କିନ୍ତୁ କଂଗ୍ରେସ ଓ ପାକିସ୍ତାନ ଭୁଲିଯାଉଛନ୍ତି ଯେ କେନ୍ଦ୍ରରେ ମୋଦୀ ସରକାର ଅଛି, ତେଣୁ କାଶ୍ମୀରରେ ଧାରା ୩୭୦ କିମ୍ବା ଆତଙ୍କବାଦ ଫେରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ