Monday, October 19, 2026
21.9 C
Odisha

    ଚିକିତ୍ସାଧୀନ ଅବସ୍ଥା‌ରେ ଆରଏଏସ ଅଧିକାରୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ)ରଖ୍ୟ ଅଧିକାରୀ ଓ ଯୋଦ୍ଧପୁରର ମୁମନ୍ତ୍ରୀ ରହି ସାରିଥିବା ପ୍ରିୟଙ୍କା ବିଶ୍ନୋଇ କିଛିଦିନ ହେବ ଅସୁସ୍ଥ ଥିଲେ। ତେଣୁ ତାଙ୍କର ଗତ ୧୫ଦିନ ହେବ ଚିକିତ୍ସା ଚାଲୁଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ଅଧିକାରୀ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବିକାନେରରେ ରହୁଥିବା ପ୍ରିୟଙ୍କା ବିଶ୍ନୋଇ ଯୋଦ୍ଧପୁରରେ ସହାୟକ କଲେକ୍ଟର ପଦରେ ନିୟୋଜିତ ଥିଲେ। କିଛିଦିନ ହେବ ତାଙ୍କର ଚିକିତ୍ସା ଯୋଦ୍ଧପୁରର ବସୁନ୍ଧରା ହସ୍ପିଟାଲରେ ଚାଲିଥିଲା। ଏହି ସମୟରେ ଡାକ୍ତରମାନଙ୍କ ଅବହେଳା ହେତୁ ଆରଏଏସ ଅଧିକାରୀ ପ୍ରିୟଙ୍କାଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ପ୍ରିୟଙ୍କା ବିଶ୍ନୋଇଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଜାରହଜାର ଲୋକ ତାଙ୍କ ମୃତ୍ୟୁ ପାଇଁ ଯିଏ ବି ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

    ଯୋଦ୍ଧପୁର ହସ୍ପିଟାଲରେ ପ୍ରିୟଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାରଲୋକ ତାଙ୍କର ଚିକିତ୍ସା ପାଇଁ ଅହମ୍ମଦାବାଦର ସିମ୍ସ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ଦୁଃଖର ବିଷୟ ଗତ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରଶାସନିକ ଅଧିକାରୀ ପ୍ରିୟଙ୍କାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୋକବ୍ୟକ୍ତ କରିଛନ୍ତି।

    ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ରାଜସ୍ଥାନର ପ୍ରଶାସନିକ ସେବାର ଅଧିକାରୀ ପ୍ରିୟଙ୍କା ବିଶ୍ନୋଇଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କି ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ। ପରିବାରଲୋକଙ୍କୁ ଏହି ଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ