Saturday, October 10, 2026
22.4 C
Odisha

    ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଜେଲରୁ ସାମୟିକ ମୁକ୍ତି ମାଗିଲା ଖଲିସ୍ତାନୀ ନେତା ଅମୃତପାଲ ସିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସାମୟିକ ଜାମିନ ପାଇଁ ‘ଓ୍ଵାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସେ ହାଇକୋର୍ଟରୁ ଅସ୍ଥାୟୀ ମୁକ୍ତି ମାଗିଛି। ଅମୃତପାଲ ସିଂ ଏବେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ହାଜତରେ ଅଛି।
    ଅମୃତପାଲ ସିଂହ ପଞ୍ଜାବର ଖଦୁର ସାହିବ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ଦୁଇଦିନ ତଳେ ଅମୃତପାଲର ପିତା ତରସେମ ସିଂ କହିଥିଲେ ଯେ ଅମୃତପାଲ ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲା, କିନ୍ତୁ ଯଦି ନିର୍ବାଚନ ଲଢ଼ିବା ‘ସଙ୍ଗତ’ର ନିଷ୍ପତ୍ତି ତେବେ ସେ ‘ସଙ୍ଗତ’ ଆଗରେ ମୁଣ୍ଡ ନୁଆଁଇବ।

    ଅମୃତପାଲ ସିଂହକୁ ଗତ ବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରାଯାଇଥିଲା। ସେ ତାଙ୍କ ୯ ଜଣ ସହଯୋଗୀଙ୍କ ସହ ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ