Saturday, October 10, 2026
21.6 C
Odisha

    ୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ୨୪ ବର୍ଷ ହେଲା କରୁଥିଲେ କ’ଣ?: ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ହୀରାକୁଦରେ ଅଖିମୁଠି ଅନୁକୁଳ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ଇସ୍ତାହାର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଇସ୍ତାହାରରେ କୌଣସି ନୂତନତ୍ବ ନାହିଁ। ବରଂ ଏହା କ‌ାଗଜର ଦସ୍ତାବିଜ୍। ଏହା ଲୋକଦେଖାଣିଆ। ବିଜେଡି ବିଜେପିର ସଂକଳ୍ପପତ୍ରକୁ କପି କରିବାକୁ ଚେଷ୍ଟା
    ସେ ଆହୁରି କହିଛନ୍ତି, ୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ତାହାହେଲେ ୨୪ ବର୍ଷ ହେଲା କରୁଥିଲେ କ’ଣ? ୧ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି, କାହିଁକି ପୂରଣ କଲେନି ନବୀନ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ଓ ୨୦୧୯ ଭଳି ଏଥର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି ବିଜେଡି। ଓଡ଼ିଶାରେ ବିଜେପି ସରକାର ଆସି‌ଲେ, କୃଷକଙ୍କ ହିତ ସାଧିତ ହେବ। ଚାଷୀଙ୍କ ଦୁଃଖ ଦୂରୀଭୂତ ହେବ। ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ।

    ଏଣେ କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ର ହାର୍ଦ୍ଦିକ ଶୁଭକାମନା । ଆଜିର ଦିନରେ ଚାଷୀ ଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି। ରଥ ନିର୍ମାଣର ଆରମ୍ଭ ବି ଏହି ପବିତ୍ର ଦିନରେ ହୋଇଥାଏ। ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ