Sunday, March 29, 2026
27.4 C
Odisha

    ପୁଣି ‘ମସ୍ତିଷ୍କ ନିଶ୍ଚଳତା’ର ଶିକାର ହେଲେ ବାଇଡେନ୍‌

    ଆଗକୁ ପଢନ୍ତୁ

    ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇ‌ଡେନ୍‌ଙ୍କ ବାର୍ଦ୍ଧକ୍ୟଜନିତ ଦୁର୍ବଳ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦେଶରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ରାଜନୀତି ସରଗରମ ରହିଛି। ଏହି ସମୟରେ ଆଜି ପୁଣିଥରେ ଦଳର ଏକ ପାଣ୍ଠି ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ବାଇଡେନ୍‌ଙ୍କ କ୍ଷୀଣ ସ୍ବାସ୍ଥ୍ୟାବସ୍ଥା ପଦାରେ ପଡ଼ିଛି। ମଞ୍ଚ ଉପରେ ହଠାତ୍‌ ବାଇଡେନ୍‌ଙ୍କ ମସ୍ତିଷ୍କ ନିଶ୍ଚଳତା ଘଟିଛି।
    ଶନିବାର, ଲସ୍‌ ଏଞ୍ଜେଲେସ୍‌ର ପିକକ୍‌ ଥିଏଟରରେ ଡେମୋକ୍ରାଟିକ୍‌ ଦଳର ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସହ ବାଇଡେନ୍‌ ଉପସ୍ଥିତ ଥିଲେ। ମଞ୍ଚ ଉପରେ ଜଣାଶୁଣା ଉଦ୍‌ଘୋଷକ ଜିମି କିମେଲ୍‌ଙ୍କୁ ଉଭୟେ ସାକ୍ଷାତକାର ଦେଇଥିଲେ। ଏହା ଶେଷ ହେବା ପରେ ଉପସ୍ଥିତ ଜନସାଧାରଣ ଓ ସମର୍ଥକଙ୍କୁ ଉଭୟ ଅଭିବାଦନ ଜଣାଇଥିଲେ। ‌ସେତିକିବେଳେ ବାଇଡେନ୍‌ ହଠାତ୍‌ ୧୦ ସେକେଣ୍ଡ ପାଇଁ ନିଶ୍ଚଳ ହୋଇଯାଇଥିଲେ। ଓବାମା ଏହି କଥା ଲକ୍ଷ୍ୟ କରି ବାଇଡେନ୍‌ଙ୍କ ହାତ ଧରି କାନ୍ଧରେ ପକାଇ ମଞ୍ଚ ବାହାରକୁ ନେଇଯାଇଥିଲେ। ବାଇଡେନ୍‌ଙ୍କ ଏଭଳି ନିଶ୍ଚଳ ହୋଇଯିବା ଘଟଣା ପ୍ରଥମ ନୁହେଁ। ଇଟାଲୀରେ ଜି-୭ ବୈଠକରେ ମଧ୍ୟ ଅନୁରୂପ ସ୍ଥିତି ହୋଇଥିଲା ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପରିସ୍ଥିତିକୁ କୌଣସି ମତେ ସମ୍ଭାଳି ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    38 %
    2.3kmh
    0 %
    Sun
    28 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ