Monday, September 28, 2026
29.4 C
Odisha

    ପୁଲିସ-ପିଏଲ୍‌ଏଫ୍‌ଆଇ ଗୁଳି ବିନିମୟ: ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ଲମ୍ବୁ ନିହତ

    ଆଗକୁ ପଢନ୍ତୁ

    ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ବନ୍ଦଗାଁ ବ୍ଲକ୍‌ର ଟେବୋ ଅଞ୍ଚଳରେ ପିଏଲ୍‌ଏଫ୍‌ଆଇ ସଦସ୍ୟ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହେଇଛି। ସୁରକ୍ଷାବାହିନୀ ଗୁଳିରେ ଜଣେ ପିଏଲ୍‌ଏଫଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦ୍ରା ଓରଫ୍ ଲମ୍ବୁ ନିହତ ହୋଇଛି। ପଶ୍ଚିମ ସିଂହଭୂମ ଜିଲ୍ଲା ଏସ୍‌ପି ଆଶୁତୋଷ ଶେଖର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।ଶନିବାର ପୁଲିସକୁ ଗୁପ୍ତସୂଚନା ମିଳିଥିଲା ଯେ, ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦ୍ରା ଓରଫ୍‌ ଲମ୍ବୁ ତା’ର କିଛି ସହଯୋଗୀମାନଙ୍କ ସହ ଟେବୋ ଜଙ୍ଗଲରେ ବୁଲୁଛି। କିଛି ବଡ଼ ଘଟଣା ଘଟାଇବା ପାଇଁ ସେମାନେ ଯୋଜନା କରୁଥିବା ସୂଚନା ମିଳିଥିଲା। ଏହି ସୂଚନାକୁ କେନ୍ଦ୍ରକରି ପଶ୍ଚିମ ଏସ୍‌ପି ଶ୍ରୀ ଶେଖର ତୁରନ୍ତ ଏକ ଦଳ ଗଠନ କରିଥିଲେ। ସୁରକ୍ଷାବାହିନୀ ଟେବୋ ଅଞ୍ଚଳରେ ଥିବା ତୋମାଙ୍ଗ ଗାଁ ଜଙ୍ଗଲରେ ପହଞ୍ଚି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ପୁଲିସ ଖାନତଲାସିରୁ ପୁଲିସ ଗୁଳିରେ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ରାରୁଙ୍ଗ ବୋଦରାର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

    ପୁଲିସ ସେଠାରୁ ରାରୁଙ୍ଗର ଶବ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି। ମୃତ ଲମ୍ବୁ ପାଖରୁ ଦୁଇଟି ପିସ୍ତଲ, ୪ଟି ଜୀବନ୍ତଗୁଳି, ସଙ୍ଗଠନର ଲେଟରପ୍ୟାଡ୍‌, ୭ଟି ମୋବାଇଲ ଫୋନ୍‌, ୧୦ଟି ସିମ୍‌ କାର୍ଡ ସହ ୩୨ ହଜାର ୨୪୦ ଟଙ୍କା ଜବତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ