Sunday, September 27, 2026
21.7 C
Odisha

    ଆସାମ ରାଇଫଲ୍‌ ଯବାନଙ୍କ ଗୁଳିମାଡ଼ରେ ୬ ସହକର୍ମୀ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସାମ ରାଇଫଲ୍‌ର ଯବାନଙ୍କ ଗୁଳିରେ ୬ ଜଣ ଆହତ ହୋଇଛନ୍ତି। ମଣିପୁର ପୁଲିସ୍‌ର ସୂଚନା ମୁତାବକ ଯବାନ ଜଣକ ତାଙ୍କର ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି ମାରି ଦେଇଥିଲେ।
    ପୁଲିସ ମୁତାବକ, ମଙ୍ଗଳବାର ଦିନ ଦକ୍ଷିଣ ମଣିପୁରର ଇଣ୍ଡୋ-ମିଆଁମାର ସୀମା ନିକଟରେ ଥିବା ଏକ ବାଟାଲିୟନ କ୍ୟାମ୍ପରେ ଆସାମ ରାଇଫଲ୍ସ ଜବାନ୍ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ ଆହତ ହୋଇଥିବା ସମସ୍ତ ୬ ଜଣ ମଣିପୁରର ନୁହଁନ୍ତି ବୋଲି ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଯବାନ ଜଣକ ଜଣେ ପରେ ଜଣଙ୍କୁ ଗୁଳି ମାରିଥିବା ବେଳେ ଗୁଳିମାଡ଼ ଖାଇ ଅନ୍ୟ ଯବାନମାନେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମିଲିଟାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ