Tuesday, September 29, 2026
29.2 C
Odisha

    ମନିଷ ସିସୋଦିଆଙ୍କୁ ଜାମିନ୍‌ ମିଳିବା ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ ଅତିଶୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ୍‌ ମିଳିବା ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ଆପ୍‌ ନେତ୍ରୀ ତଥା ମନ୍ତ୍ରୀ ଅତିଶୀ। ସେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ କରି ଖୁସିରେ ଭାବପ୍ରବଣ ହୋଇ ପଡ଼ିଛନ୍ତି।

    ଜଷ୍ଟିସ ବି.ଆର ଗଭାଇ ଏବଂ କେଭି ବିଶ୍ବନାଥମ୍‌ଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ସିସୋଦିଆଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ଜଷ୍ଟିସ ବି.ଆର ଗଭାଇ ଏବଂ କେଭି ବିଶ୍ବନାଥମ୍‌ କହିଛନ୍ତି ଯେ ସିସୋଦିଆ ଦୀର୍ଘ ୧୭ ମାସ ହେବ ଜେଲ୍‌ରେ ରହିଛନ୍ତି ଏବଂ ଏପର୍ଯ୍ୟନ୍ତ ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହା ତାଙ୍କୁ ଶୀଘ୍ର ବିଚାର ଅଧିକାରରୁ ବଞ୍ଚିତ କରିଛି।

    ଖଣ୍ଡପୀଠଙ୍କ ଏହି ରାୟ ପରେ  ଆପ୍‌ ଏହି ନିଷ୍ପତ୍ତିକୁ “ସତ୍ୟର ବିଜୟ” ବୋଲି କହିଛି ଏବଂ ଦଳର ଅନ୍ୟ ଜେଲରେ ଥିବା ନେତାମାନେ ମଧ୍ୟ ନ୍ୟାୟ ପାଇବେ ବୋଲି ଆଶା ରଖିଛି।

    କୁହାଯାଉଛି ଯେ, ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପ୍ରଥମଟି ହେଉଛି ତାଙ୍କୁ ୧୦ଲକ୍ଷ ଟଙ୍କାର ମୁଚଲିକା ଦେବାକୁ ପଡିବ। ଏହା ବ୍ୟତୀତ ତାଙ୍କୁ ଦୁଇଟି ଜାମିନଦାର ଉପସ୍ଥାପନ କରିବାକୁ ପଡିବ। ତୃତୀୟ ସର୍ତ୍ତ ହେଉଛି ସେ ନିଜ ପାସପୋର୍ଟ କୋର୍ଟକୁ ଦେବେ।

    ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଭୂମିକା ଥିବା ଅଭିଯୋଗରେ ଫେବ୍ରୁଆରି ୨୬, ୨୦୨୩ ତାରିଖ ଦିନ ‘ସିବିଆଇ’ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ