Monday, September 14, 2026
23.9 C
Odisha

    କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ଆକ୍ରମଣ ଉଦ୍ୟମ

    ଆଗକୁ ପଢନ୍ତୁ

    ପଟନା : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି। ଶନିବାର ସେ ବିହାରର ବେଗୁସରାଇ ଜିଲ୍ଲା ବାଲିଆ ବ୍ଲକରେ ଅନୁଷ୍ଠିତ ଜନତା ଦରବାରରେ ପହଞ୍ଚିଥିଲେ। ଏଠାରୁ ବାହାରିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଉକ୍ତ ବ୍ୟକ୍ତିକୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ଆକ୍ରମଣ ଉଦ୍ୟମ କରିଥିବା ବ୍ୟକ୍ତି ଜଣେ ମୁସଲମାନ ଯୁବକ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ପରେ ଗିରିରାଜ ସିଂହଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କହିଛନ୍ତି ଯେ ସେ ଡରିବା ଲୋକ ନୁହନ୍ତି । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଜନତା ଦରବାରରେ କେନ୍ଦ୍ରମନ୍ତ୍ରୀମାନେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣୁଥିଲେ। ଏହିସମୟରେ ସୈଫି ନାମକ ଜଣେ ମୁସଲମାନ ଯୁବକ ପହଞ୍ଚି ପ୍ରଥମେ ମାଇକକୁ ନିଜ କବଜାକୁ ନେଇଥିଲା। ଏହାପରେ ସେ ଆପତ୍ତିଜନକ ବୟାନ ଦେବା ଆରମ୍ଭ କରିଥିଲା। ସେଠାରେ ଉପସ୍ଥିତ ବିଜେପି କର୍ମୀ ଓ ସାଧାରଣ ଲୋକ ତାଙ୍କୁ ବିରୋଧ କରିବାରୁ ସେ ଗିରିରାଜ ସିଂହଙ୍କୁ ମୁଥ ମାରିବାକୁ ଉଦ୍ୟମ କରିଥିଲା। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାକୁ ଧରି ନେଇଥିଲେ। ଅଭିଯୁକ୍ତ ବ୍ୟକ୍ତି ସୈଫି ବିଷୟରେ କୁହାଯାଉଛି ଯେ ସେ ଏକ ୱାର୍ଡର କାଉନସିଲର । ଏହାପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଦାଢ଼ି ବଢ଼ାଇବା ଦ୍ୱାରା ମୁଲ୍ଲା ହୋଇଯାଏ ନାହିଁ ଏବଂ ମୁସଲମାନ ଯୁବକମାନେ ଯେପରି ତାଙ୍କୁ ଭୟଭୀତ କରିବା ପାଇଁ କାମ କରୁଛନ୍ତି, ସେ ଏଥିରେ ଭୟ କରନ୍ତି ନାହିଁ। ବିହାରରେ ତେଜସ୍ୱୀ ଯାଦବ ଓ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ଭଳି ଲୋକଙ୍କ ସମର୍ଥନ ନିଜକୁ ଉଗ୍ରବାଦୀ ମୁସଲମାନ କହୁଥିବା ଲୋକଙ୍କ ମନୋବଳକୁ ବଢ଼ାଇଛି। ଏପରିକି ଜଣେ ସାଂସଦଙ୍କୁ ମଧ୍ୟ ଆକ୍ରମଣ କରିବାକୁ ସେ ପଛଘୁଞ୍ଚା ଦେଉନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ