Tuesday, September 15, 2026
29 C
Odisha

    ଆକ୍ସିସ୍ ମାଇଁ ଇଣ୍ଡିଆ, ଟୁଡେଜ୍‌ ଚାଣକ୍ୟ ଏକ୍‌ଜିଟ୍ ପୋଲ୍‌: ମହାରାଷ୍ଟ୍ରରେ ମହାୟୁତି ଜିତିବ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ସହଜ ବିଜୟ ହେବ ବୋଲି ପ୍ରଦୀପ ଗୁପ୍ତାଙ୍କ ନେତୃତ୍ୱାଧୀନ ଆକ୍ସିସ୍ ମାଇ ଇଣ୍ଡିଆ ପୂର୍ବାନୁମାନ କରିଛି। ମହାରାଷ୍ଟ୍ରରେ ମତଦାନ ଦିନ ବୁଧବାର ଅଧିକାଂଶ ସଂସ୍ଥା ନିଜର ବୁଥ୍‌ବାହୁଡ଼ା ମତ ପ୍ରକାଶ କରିଥିବା ବେଳେ ଗୁପ୍ତା ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିବାକୁ ଗୋଟିଏ ଦିନ ଅଧିକ ସମୟ ନେଇଥିଲେ।
    ଆକ୍ସିସ୍ ମାଇ ଇଣ୍ଡିଆ ମହାରାଷ୍ଟ୍ର ପାଇଁ ଏହାର ଏକ୍‌ଜିଟ୍ ପୋଲ୍ ବିଶ୍ଳେଷଣ ପ୍ରକାଶ କରିଛି, ଯେଉଁଥିରେ ଭୋଟ୍ ପ୍ରତିଶତ ଦୃଷ୍ଟିରୁ ପ୍ରତିଦ୍ୱନ୍ଦ୍ୱୀ ମହାବିକାଶ ଅଘାଡି (ଏମ୍‌ଭିଏ) କମ୍ ବ୍ୟବଧାନ ପଛରେ ଥିଲେ ମଧ୍ୟ ବିଜେପି ନେତୃତ୍ବାଧୀନ ମହାୟୁତି ସାରା ରାଜ୍ୟରେ ଆଧିପତ୍ୟ ବିସ୍ତାର କରିବାକୁ ଯାଉଛି ବୋଲି ଫଳାଫଳରୁ ଜଣାପଡ଼ିଛି।

    ଆକ୍ସିସ୍ ମାଇ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତି ମେଣ୍ଟକୁ ୧୭୮ରୁ ୨୦୦ ଆସନ ମିଳିବା  ସମ୍ଭାବନା ରହିଛି। ସେପଟେ ଏମ୍‌ଭିଏ ୮୨ରୁ ୧୦୨ ଆସନରେ ସୀମିତ ରହିବ। ଏହାବ୍ୟତୀତ ମହାୟୁତିକୁ ୪୮ ପ୍ରତିଶତ ଓ ଏମ୍‌ଭିଏକୁ ୩୭ ପ୍ରତିଶତ ଭୋଟ୍ ମିଳିବ ବୋଲି ଏଥିରେ କୁହାଯାଇଛି। ଆଞ୍ଚଳିକ ସ୍ତରରେ ମହାଯୁତି ସମଗ୍ର ରାଜ୍ୟରେ ଅଗ୍ରଣୀ ରହିବ ବୋଲି ଆଶା କରାଯାଉଛି। ଆକ୍ସିସ୍ ମାଇ ଇଣ୍ଡିଆ ପୂର୍ବରୁ ସଠିକତା ପାଇଁ ଖ୍ୟାତି ଅର୍ଜନ କରିଛି, କିନ୍ତୁ ଏହାର କେତେକ ସାମ୍ପ୍ରତିକ ଭବିଷ୍ୟବାଣୀ ବିଫଳ ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବିପୁଳ ବିଜୟ ହେବ ବୋଲି ଏହା ପୂର୍ବାନୁମାନ କରିଥିଲା, ଯାହା ଠିକ୍ ହୋଇ ନ ଥିଲା। ହରିୟାଣା ବିଧାନସଭା ନିର୍ବାଚନ ଉପରେ ମଧ୍ୟ ଏହାର ପୂର୍ବାନୁମାନ ବିଫଳ‌ ହୋଇଥିଲା। ଅନ୍ୟପକ୍ଷରେ ଟୁଡେଜ୍ ଚାଣକ୍ୟର ଆକଳନ ଅନୁସାରେ, ମହାରାଷ୍ଟ୍ରରେ ମହାୟୁତି ଅତି କମ୍‌ରେ ୧୭୫ଟି ଆସନ ଜିତିବ ଏବଂ ଏମ୍‌ଭିଏ ୧୦୦ଟି ଆସନ ପାଇପାରେ। ଅନ୍ୟମାନଙ୍କୁ ପ୍ରାୟ ୧୩ଟି ଆସନ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    69 %
    1.5kmh
    12 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ