Monday, April 6, 2026
24.9 C
Odisha

    ପ୍ରବଳ ଭିଡ଼ ହେତୁ ରାମ ମନ୍ଦିରରେ ଦର୍ଶନ ସମୟ ବୃଦ୍ଧି, କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ମଙ୍ଗଳବାର ଦିନ ରାମ ମନ୍ଦିର ଉଦ୍‌ଘାଟନ ହେବା ପରେ ଅଯୋଧ୍ୟାରେ ଭୀଷଣ ଲୋକଭିଡ଼ ଜମୁଛି। ବହୁ ସଂଖ୍ୟାରେ ଲୋକ ମନ୍ଦିରରେ ଏକତ୍ରିତ ହୋଇ ରାମଲଲାଙ୍କ ଦର୍ଶନ କରିଥିଲେ। ରାମ ମନ୍ଦିର ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲା ଅଛି। ପୂର୍ବରୁ କୁହାଯାଇଥିଲା ଯେ ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା’ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ହେଲେ ‌ଏବେ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଭକ୍ତମାନେ ବର୍ତ୍ତମାନ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇପାରିବେ। ଆଜି ରାମ ଜନ୍ମଭୂମି ପରିସର ଭିତରେ ଗଣମାଧ୍ୟମ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଭକ୍ତମାନେ ଆଜି ଦର୍ଶନ ପାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଭିଡ଼କୁ ଦୃଷ୍ଟିରେ ରଖି ରାମପଥରେ ମଧ୍ୟ ଆଜି ଯାନବାହନ ଚଳାଚଳ ପାଇଁ ବନ୍ଦ ରହିଛି।

    ଭକ୍ତମାନେ କେବଳ ପାଦରେ ଚାଲି କରି ଆସିପାରିବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ପୁଲିସ, ଆରଏଏଫ ଏବଂ ବେସରକାରୀ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ୮୦୦୦ରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୨୯ ଜାନୁଆରି ପର୍ଯ୍ୟନ୍ତ ଆରତୀର ଅନଲାଇନ୍ ବୁକିଂ ମଧ୍ୟ ବନ୍ଦ କରାଯାଇଛି।

    ପ୍ରାଣ ପ୍ରତିଷ୍ଠା ପରଦିନ ରାମଲଲାଙ୍କ ଦର୍ଶନପାଇଁ ଅଯୋଧ୍ୟାରେ ପ୍ରବଳ ଲୋକ ଭିଡ଼ ଦେଖିବାକୁ ମିଳିଥିଲା। ଜ‌ାଣିବାକୁ ମିଳିଛି ଯେ ମଙ୍ଗଳବାର ଦିନ ମାତ୍ର ଗୋଟିଏ ଦିନରେ, ପ୍ରାୟ ୫ ଲକ୍ଷ ଭକ୍ତ ପ୍ରବଳ ଥଣ୍ଡା ମଧ୍ୟରେ ରାମଲଲାଙ୍କ ଦର୍ଶନ ପାଇବାକୁ ମନ୍ଦିରରେ ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ