Sunday, September 6, 2026
29.5 C
Odisha

    ଅନ୍ୟଜଣକ ସହ ନାମ ‌‌ଯୋଡା ଯିବାରୁ ପ୍ରେମ ସମ୍ପର୍କରେ ଥିବା ସ୍ପଷ୍ଟ କରିଦେଲେ କଙ୍ଗନା

    ଆଗକୁ ପଢନ୍ତୁ

    ମୁମ୍ବାଇ: ରହସ୍ୟମୟ ବ୍ୟକ୍ତିଙ୍କ ପାଇଁ କିଛି ଦିନ ତଳେ ଚର୍ଚ୍ଚାରେ ଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ତାଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ହାତ ଧରି ଯାଉଥିବାର ଦେଖାଯାଇଥିଲା। ବ୍ୟକ୍ତିଜଣକ କିଏ ବୋଲି ଜଣାପଡ଼ିନଥିବାରୁ କଙ୍ଗନା ସେହି ଅଜଣା ଯୁବକଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ପରେ କଙ୍ଗନା ସ୍ପଷ୍ଟ କରିଥିଲେ ଯେ, ‌ରହସ୍ୟମୟ ବ୍ୟକ୍ତିଜଣକ ତାଙ୍କ ପ୍ରେମିକ ନୁହନ୍ତି, ବରଂ ତାଙ୍କ ହେୟାର ଷ୍ଟାଇଲିଷ୍ଟ।
    ହେଲେ ଏବେ ସେ ପ୍ରେମ ସମ୍ପର୍କରେ ଥିବା ସ୍ପଷ୍ଟ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ କଙ୍ଗନା ସେଠାରେ ପହଞ୍ଚିଥିଲେ। ସେଠାରେ ସେ ଇଜମାଇଁଟ୍ରିପର ସହ-ପ୍ରତିଷ୍ଠାତା ନିଶାନ୍ତ ପିତ୍ତିଙ୍କ ସହିତ ଫଟୋ ଉଠାଇଥିଲେ, ଯାହା ଭାଇରାଲ ହୋଇଥିଲା। ଏହି ଫଟୋ ଭାଇରାଲ ହେବା ପରେ କଙ୍ଗନା ନିଶାନ୍ତଙ୍କ ସହ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏଭଳି ଚର୍ଚ୍ଚା ହେବା ପରେ କଙ୍ଗନା ତୁରନ୍ତ ଏକ ନିଉଜର ସ୍କ୍ରିନସଟ ସେୟାର କରି ନିଶାନ୍ତଙ୍କୁ ଡେଟ୍ କରୁନଥିବା ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଗଣମାଧ୍ୟମକୁ ମୋର ବିନମ୍ର ଅନୁରୋଧ, ଦୟାକରି ଭୁଲ ଖବର ବିସ୍ତାର କରନ୍ତୁ ନାହିଁ। ନିଶାନ୍ତଜୀ ବିବାହିତ ଏବଂ ମୁଁ ଅନ୍ୟ କାହାକୁ ଡେଟ କରୁଛି। ସଠିକ୍ ସମୟକୁ ଅପେକ୍ଷା କରନ୍ତୁ। ଦୟାକରି ଆମକୁ ଲଜ୍ଜିତ କରନ୍ତୁ ନାହିଁ। ଜଣେ ଯୁବତୀଙ୍କୁ ପ୍ରତିଦିନ ଏକ ନୂତନ ପୁରୁଷ ସହିତ ଯୋଡିବା ଭଲ ନୁହେଁ। ଦୟାକରି ଏହା କରନ୍ତୁ ନାହିଁ। ”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    67 %
    1.5kmh
    14 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ