Wednesday, September 23, 2026
23.7 C
Odisha

    ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ମୁତୟନ ଯବାନ ଗୁଳିମାଡ଼ରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ମୁତୟନ ସ୍ପେଶାଲ ସିକ୍ୟୁରିଟି ଫୋର୍ସ(ଏସ୍ଟିଏଫ୍)ର ଜଣେ ଯବାନଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ। ତାଙ୍କ ଦେହରୁ ଗୁଳିମାଡ ହେବାରୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ତେବେ ଗୁଳି କିପରି ଲାଗିଲା ତାହା ସ୍ପଷ୍ଟ ହୋଇପାରିନି। ସୂଚନା ପାଇଁ ପୋଲିସ ଆଇଜି-ଏସଏସପି ସହିତ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। କୁହାଯାଉଛି ଯେ, ଯବାନ ଆମ୍ବେଦକର ନଗରରେ ରହୁଥିଲେ। ବୁଧବାର ସକାଳେ ହଠାତ ତାଙ୍କୁ ଗୁଳି ବାଜିବା ପରେ ଶ୍ରୀ ରାମ ଜନ୍ମଭୂମି ପରିସରରେ ଜନଗହଳି ଲାଗି ଯାଇଥିଲା। ବର୍ତ୍ତମାନ କିଛି ବି ସ୍ପଷ୍ଟ ଭାବରେ କହିବା ସମ୍ଭବ ହୋଇପାରିନି ତାଙ୍କ କିପରି ଗୁଳି ଲାଗିଲା। ଯବାନଙ୍କ ମୃ୍ତ୍ୟୁ ଖବର ପହଁଞ୍ଚିବା ମାତ୍ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତ ଯବାନଙ୍କ ନାଁ ଶତ୍ରୁଘ୍ନ ବିଶ୍ବକର୍ମା(୨୫)। ଗୁଳି ମାଡ ଶବ୍ଦ ଶୁଣିବା ପରେ ଘଟଣାସ୍ଥଲରେ ପହଁଞ୍ଚି ସାଥି ସୁରକ୍ଷାକର୍ମୀ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଆହତ ଯବାନଙ୍କୁ ଟ୍ରାମା ସେଣ୍ଟର ରେଫର କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    98 %
    2.4kmh
    100 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ