Monday, September 14, 2026
28.8 C
Odisha

    ଡୁଙ୍ଗରପୁର ମାମଲାରେ ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍

    ଆଗକୁ ପଢନ୍ତୁ

    ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବାକି ଦୋଷୀମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଡୁଙ୍ଗରପୁର ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର ଅଧ୍ୟକ୍ଷ ଆଝାର ଅହମ୍ମଦ ଖାଁ, ଠିକାଦାର ବରକତ ଅଲ୍ଲୀ ଏବଂ ଅବସରପ୍ରାପ୍ତ ସିଓ ଆଲେ ହାସନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ୪ ଜଣଙ୍କୁ ଆଜି ଦଣ୍ଡ ମିଳିଛି। ଆଜମ ଖାଁ ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ।
    ଡଙ୍ଗରପୁର ମାମଲା କଣ ?

    ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଶାସନ କାଳରେ ଡୁଙ୍ଗରପୁରରେ ଆସରା ଆବାସ ନିର୍ମାଣ କରାଯାଇଥିଲା। ଏହି ସ୍ଥାନରେ ପୂର୍ବରୁ କିଛି ଲୋକଙ୍କ ଘର ନିର୍ମାଣ ହୋଇସାରିଥିଲା। ୨୦୧୬ ମସିହାରେ ଏହା ସରକାରୀ ଜମିରେ ବୋଲି କହି ଏହାକୁ ଭାଙ୍ଗି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡ଼ିତାମାନେ ଲୁଟ ଅଭିଯୋଗ ମଧ୍ୟ କରିଥିଲେ। ୨୦୧୯ରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାମପୁରର ଗଞ୍ଜ ଥାନାରେ ଏହି ମାମଲାରେ ପ୍ରାୟ ଏକ ଡଜନ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ସମାଜବାଦୀ ପାର୍ଟି ସରକାରରେ ଆଜମ ଖାଁଙ୍କ ନିର୍ଦ୍ଦେଶରେ ପୋଲିସ ସେମାନଙ୍କ ଘରକୁ ବଳପୂର୍ବକ ଉଚ୍ଛେଦ କରି ଆଶ୍ରୟଗୃହ ନିର୍ମାଣ କରିଛି। ପୂର୍ବରୁ ନିର୍ମିତ ଘରଗୁଡ଼ିକୁ ମଧ୍ୟ ବୁଲଡୋଜ୍ କରି ଭାଙ୍ଗି ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ