Sunday, October 18, 2026
23.2 C
Odisha

    ରାହୁଲଙ୍କ ‘ଶକ୍ତି’କୁ ନିର୍ବାଚନୀ ଅସ୍ତ୍ର କଲେ ମୋଦୀ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟକୁ ନେଇ ବିଜେପି ଏବେ ତାଙ୍କୁ ଘେରିବା ଆରମ୍ଭ କରିଛି। ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଜେପି ଅଭିଯୋଗ କରିଛି। ରାହୁଲ ‘ଶକ୍ତି’ ଶବ୍ଦ ନେଇ କହିଥିଲେ ଯେ ସେ ଶକ୍ତି ବିରୋଧରେ ଲଢୁଛନ୍ତି। ତେବେ ଏହାକୁ ନେଇ ବିଜେପି କହିଛି ରାହୁଲ ହିନ୍ଦୁ ସନାତନ ଧର୍ମର ‘ଶକ୍ତି’କୁ ଅପମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାହୁଲଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି। ରାହୁଲଙ୍କ ‘ଶକ୍ତି’କୁ ଏବେ ମୋଦୀ ନିର୍ବାଚନୀ ଅସ୍ତ୍ର କରିଛନ୍ତି।
    ତେବେ ରାହୁଲ ଏହି ପ୍ରସଙ୍ଗରେ କହିଛନ୍ତି, ମୁଁ ଏହି ଆହ୍ବାନକୁ ସ୍ବୀକାର କରୁଛି ଏବଂ ଶକ୍ତି ସ୍ବରୂପା ‌ମା‘ ଏବଂ ଭଊଣୀଙ୍କ ସୁରକ୍ଷା ପାଇଁ ନିଜ ଜୀବନର ବାଜି ଲଗାଇ ଦେବି।
    ତେଲେଙ୍ଗାନା ରାଲିରେ ମୋଦୀ ଏହାକୁ ନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି। ଏହାର ଭିଡ଼ିଓକୁ ବିଜେପି ପକ୍ଷରୁ‌ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ୍ କରାଯାଇଛି। ମୋଦୀ କହିଛନ୍ତି ଗୋଟିଏ ପଟେ ଶକ୍ତିକୁ ବିନାଶ କରିବାକୁ ଅଣ୍ଟା ଭିଡ଼ିଥିବା ଲୋକେ ଅଛନ୍ତି ଏବଂ ଅନ୍ୟ ପଟେ ଶକ୍ତିକୁ ପୂଜା କରୁଥିବା ଲୋକେ ଅଛନ୍ତି। ଏହାର ମୁକାବିଲା ୪ ଜୁନ୍ ରେ ହୋଇଯିବ। କିଏ ଶକ୍ତିର ବିନାଶ କରିବ ଏବଂ କିଏ ଶକ୍ତିର ଆଶୀର୍ବାଦ ପ୍ରାପ୍ତ କରିବେ। ମୁମ୍ବାଇର ଶିବାଜୀ ପାର୍କରେ କଂଗ୍ରେସ ମାର୍ଚ୍ଚ ୧୭ ରବିବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିଲା। ଏହି ସମୟରେ ରାହୁଲ ଶକ୍ତିକୁ ନେଇ ମନ୍ତବ୍ୟ ପ୍ରଦାନ କରିଥିଲେ। ତେବେ ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ନିର୍ବାଚନୀ ଅସ୍ତ୍ର କରିଛି। ବିଜେପି ପ୍ରବକ୍ତା ଶାହଜାଦ ପୁନାୱାଲା କହିଛନ୍ତି ରାହୁଲ ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ଭଳି ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ