Tuesday, September 29, 2026
23.1 C
Odisha

    ସିଦ୍ଦିକିଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ରହିଥିବା ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ପୁଲିସ ମଙ୍ଗଳବାର ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମହରିଶ କୁମାର ବାଲକରାମ ବୋଲି ଜଣାପଡ଼ିଛି।
    ସୂଚନାଯୋଗ୍ୟ, ପୁଲିସ ଉତ୍ତରପ୍ରଦେଶର ବହରାଇଚରେ ରହୁଥିବା ହରିଶ କୁମାର ବାଲକରାମ(୨୩)କୁ ଗିରଫ କରିଛି। ହରିଶ କୁମାରର ପୁଣେରେ ଏକ ବର୍ଜ୍ୟବସ୍ତୁ ଦୋକାନ ଅଛି। ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଧର୍ମରାଜ କଶ୍ୟପ ଓ ଶିବପ୍ରସା୍ଦ ଏହି ଦେକାନରେ କାମ କରୁଥିଲେ।

    ଯାଞ୍ଚରୁ ଜଣାପଡ଼ିଛି ହରିଶ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସାମିଲ ଥିଲା। ଏମିତି କି ସେ ଏହି ଘଟଣାରେ ପ୍ରତ୍ୟେକ ସୁଟରଙ୍କୁ ନିଜର ପାରୁପର୍ଯ୍ୟନ୍ତ ସାହାଯ୍ୟ କରିଥିଲା।
    ହରିଶ କୁମାର ବାଲକରାମ ସହିତ ପୁଲିସ ଆଉ ଜଣକକୁ ମଧ୍ୟ ହେପାଜତକୁ ‌ନେଇଛି। ଯାହାର ନାମ ଅନୁରାଗ କଶ୍ୟପ ଥିବା ଜଣାପଡ଼ିଛି। ଯିଏକି ପୁଲିସ ହାତରେ ଧରାପଡ଼ିଥିବା ଧର୍ମରାଜ କଶ୍ୟପର ନିଜ ଭାଇ।

    ପ୍ରକାଶିତ ରିପୋର୍ଟ ମୁତାବକ, ‘ପୁଣେରେ ବର୍ଜ୍ୟବସ୍ତୁ ଦୋକାନ ଚଲାଇବା ସହିତ ସଂଗ୍ରହକାରୀ ହରିଶ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ଶିବ ପ୍ରସାଦ ଓ ଧର୍ମରାଜଙ୍କୁ କିଛିଦିନ ପୂର୍ବରୁ ନୂଆ ମୋବାଇଲ ଫୋନ କିଣିକି ଦେଇଥିଲା। ଘଟଣା ପରେ ଏହି ଫୋନ ଜରିଆରେ ଶିବପ୍ରସାଦ ଓ ଧର୍ମରାଜ ହରିଶକୁ ସମ୍ପୂର୍ଣ୍ଣ ଖବର ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ