Thursday, September 17, 2026
24.1 C
Odisha

    ପିଲାଙ୍କ ନାମକରଣ କରିବା ବେଳେ କରନ୍ତୁନି ଏସବୁ ଭୁଲ

    ଆଗକୁ ପଢନ୍ତୁ

    ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ମଧ୍ୟ ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଏଣୁ ସମସ୍ତେ ନିଜ ମନପସନ୍ଦର କିଛି କିଛି ନାଁ କହିଥାନ୍ତି। ସେଥିମଧ୍ୟରୁ ବାଛି ବାଛି ସବୁଠାରୁ ଭଲ ନାଁଟିକୁ ଶିଶୁର ନାମକରଣ କରାଯାଏ। ଯାହା ସାରା ଜୀବନ ପର୍ଯ୍ୟନ୍ତ ପିଲାର ପରିଚୟ ସାଜିଥାଏ। ପିଲାମାନଙ୍କ ନାମକରଣ କରିବା ଆଦୌ ସହଜ କାମ ନୁହେଁ। କାରଣ ନାଁ ହିଁ ଭବିଷ୍ୟତରେ ପିଲାଟିର ପରିଚୟ ପାଲଟିଥାଏ। ଏଣୁ ଜୀବନକୁ ପ୍ରଭାବିତ କରିବାରେ ମଧ୍ୟ ନାଁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ପିଲାମାନଙ୍କ ନାମକରଣ କରିବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ଶିଶୁମାନଙ୍କ ନାମକରଣ କରିବା ବେଳେ କେଉଁ କେଉଁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ…
    ଜାଗାର ନାମ ଅନୁସାରେ ରଖନ୍ତୁନାହିଁ:

    କୌଣସି ସ୍ଥାନ ଅନୁସାରେ ପିଲାଙ୍କ ନାମ ରଖନ୍ତୁ ନାହିଁ। ବର୍ତ୍ତମାନ ଏହା ସମସ୍ୟା ସୃଷ୍ଟି କରୁନଥିଲେ ମଧ୍ୟ ଭବିଷ୍ୟତରେ ଅସୁବିଧା ହୋଇପାରେ। ଏଣୁ ପିଲାଙ୍କ ନାମ ମଥୁରା, ଆଗ୍ରା ବା ଭୁବନେଶ୍ୱର ରଖନ୍ତୁ ନାହିଁ।

    କହିବା ବେଳେ ଯେଭଳି କଷ୍ଟ ନ ନୁହେଁ:
    ପିଲାଙ୍କ ନାଁ ଏମିତି ରଖନ୍ତୁ ଯେଭଳି କହିବା ବେଳେ କଷ୍ଟ ନ ହୁଏ। କଷ୍ଟ ନାଁକୁ ସମସ୍ତେ ଠିକ୍‌ ଭାବେ ଉଚ୍ଚାରଣ କରିପାରିବେ ନାହିଁ। ବେଳେବେଳେ ପିଲାମାନେ ନିଜ ନାଁକୁ ମଧ୍ୟ ଅନ୍ୟମାନଙ୍କ ସାମ୍ନାରେ ଠିକ୍‌ଭାବେ କହିପାରନ୍ତି ନାହିଁ। ଫଳରେ ଲଜ୍ଜା ଅନୁଭବ କରିଥାନ୍ତି।

    ଶାବ୍ଦିକ ଅର୍ଥ ଥିବା ନାଁ ରଖନ୍ତୁ:
    ପିଲାଙ୍କ ନାଁ ରଖିବା ବେଳେ ସବୁବେଳେ ଏମିତି ନାଁ ବାଛନ୍ତୁ ଯାହାର କିଛି ଅର୍ଥ ଥିବ। ନାଁର ଅର୍ଥ କିଛି ଅଜବ ହୋଇଥିଲେ ସାଙ୍ଗମାନେ ପିଲାର ମଜାକ୍‌ ଉଡ଼ାଇବା ସମ୍ଭାବନା ରହିଛି। ଏଣୁ ସବୁବେଳେ ଅର୍ଥ ବୁଝାଉଥିବା ନାଁ ରଖନ୍ତୁ।
    ହାସ୍ୟସ୍ପଦ ନାଁ ରଖନ୍ତୁନି:

    ପିଲାଙ୍କ ନାମକରଣ କରିବା ବେଳେ ଯେଭଳି ମଜାଳିଆ ନାଁ ରଖନ୍ତୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ଦ୍ୱାରା ସାଙ୍ଗମାନେ ଚିଡ଼ାଇବା ସମ୍ଭାବନା ରହିଥାଏ। ଏଣୁ ସବୁବେଳେ ସାଧାରଣ ନାଁ ରଖନ୍ତୁ।

    ଦେବାଦେବୀଙ୍କ ନାଁ ଆଦୌ ରଖନ୍ତୁନାହିଁ:
    ପିଲାଙ୍କ ନାଁକୁ କେବେ ବି କୌଣସି ଠାକୁରଙ୍କ ନାଁ ରଖନ୍ତୁ ନାହିଁ। କାରଣ ଠାକୁରଙ୍କ ନାଁ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଥାଏ।

    ଲମ୍ବା ନାଁ ରଖନ୍ତୁନି:
    ପିଲାଙ୍କ ନାଁ ସବୁବେଳେ ଛୋଟ ଛୋଟ ରଖନ୍ତୁ। କାରଣ ଲମ୍ବା ନାଁକୁ ଲୋକମାନେ ସହଜରେ ଉଚ୍ଚାରଣ କରିପାରନ୍ତି ନାହିଁ। ନାଁ ଛୋଟ ଓ କହିବାକୁ ସହଜ ହୋଇଥିଲେ ଲୋକମାନେ ମନେ ରଖିବାକୁ ମଧ୍ୟ ସହଜ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ