Friday, October 18, 2024
29.5 C
Odisha

    ୧୩ରେ ବଡ଼ ଓଷା

    ଆଗକୁ ପଢନ୍ତୁ

    ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।

    ୧୫ ନଭେମ୍ବର କାର୍ତ୍ତିକ ବ୍ରତ ଶେଷ ସହ ବୋଇତ ଭସାଣ ହେବ। ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ କଟକ ଜିଲ୍ଲାପାଳ ଡି ସିନ୍ଧେ ଅଧ୍ୟକ୍ଷତାରେ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏପରି ନିଷ୍ପତ୍ତି ହୋଇଛି।

    କାର୍ତ୍ତିକ ବ୍ରତ ଓ ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହେବ। ତେଣୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ପ୍ରସ୍ତୁତ ବୈଠକରେ ନିଷ୍ପତ୍ତି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ