Tuesday, March 24, 2026
35.6 C
Odisha

    ପଡୋଶୀ ହତ୍ୟା କରିଥିବା ଦୁଇପିଲାଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ

    ଆଗକୁ ପଢନ୍ତୁ

    ବଦାୟୁଁ: ଗତମଙ୍ଗଳବାର ଉତ୍ତରପ୍ରଦେଶର ବଦାୟୁଁରେ ପଡୋଶୀ ଘରକୁ ଯାଇ ଜଣେ ଯୁବକ ଟଙ୍କା ମାଗିବା ବାହାନାରେ ତିନିଭାଇଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ମୃତ ଦୁଇଶିଶୁ ଆୟୁଷ ଓ ଆହାନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବୁଧବାର ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି କି, ବିଭିନ୍ନ ପ୍ରକାର ଧାରୁଆ ଅସ୍ତ୍ରରେ ଦୁଇପିଲାଙ୍କ ଉପରେ ସାଜିଦ ଆକ୍ରମଣ କରିଛି। ଏମିତି କି ଆୟୁଷ ଶରୀରକୁ ୧୪ଥର ଆଘାତ ଦେଇଥିବା ବେଳେ ୯ଥର ଆହାନ ଶରୀରକୁ ଛୁରାମାଡ଼ କରିଛି। ହତ୍ୟାକାରୀ ପ୍ରଥମେ ଶିଶୁ ଦ୍ବୟଙ୍କ ଗଳାରେ ତା’ପରେ ତାଙ୍କ ଛାତି, ପିଠି ଓ ଗୋଡ଼କୁ ଛୁରାମାଡ଼ କରିଥିଲା। ଏହି ହତ୍ୟାଘଟଣାର ଯାଞ୍ଚ ଚାଲିଛି। ତେବେ ସାଜିଦ କେଉଁ କାରଣରୁ ପଡୋଶୀଙ୍କ ଦୁଇପିଲାଙ୍କୁ ଏଭଳି ଭାବେ ହତ୍ୟା କରିଥିଲା ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

    ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀ ସାଜିଦ୍ ପଡୋଶୀଙ୍କ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହି ହତ୍ୟ‌ାକାଣ୍ଡର ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରି ସାଜିଦକୁ ଧରିବାକୁ ଚେଷ୍ଟା କରିଥିଲା। ସାଜିଦ ପୁଲିସ ସାମ୍ନାରୁ ଖସି ଯିବାକୁ ଉଦ୍ୟମ କରି ଗୁଳି କରିଥିଲା। ଏହି ଗୁଳିର ପାଲଟା ଜବାବ ଦେଇ ପୁଲିସ ସାଜିଦକୁ ଏନକାଉଣ୍ଟର କରିଥିଲା।

    ତେବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତ ସାଜିଦକୁ ତାର ଭାଇ ସମର୍ଥନ କରିଥିବା ବି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ବୁଧବାର ସାଜିଦର ଭାଇ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ