Friday, January 30, 2026
17.9 C
Odisha

    ବାଲେଶ୍ବରର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ୧୪୪ ଧାରା ଜାରି

    ଆଗକୁ ପଢନ୍ତୁ

    ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସହରର ଭୁଜାଖିଆ ପୀର ନିକଟରେ ଗଣ୍ଡଗୋଳ ହୋଇଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ଉକ୍ତ ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଛନ୍ତି। ୧୫/୨୦ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

    ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ସହରର ସୁନହଟ ଛକ ଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଛକ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏନେଇ ଅନ୍ୟ ଏକ ଗୋଷ୍ଠୀ ରକ୍ତ କେଉଁଠୁ ଆସିଲା କିପରି ଆସିଲା ପଚାରିବା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତେଜନାର ଖବର ପାଇ ଟାଉନ ଥାନ ପୁଲିସ ସହ ଆଡିସନାଳ ଏସପି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ନିର୍ଦିଷ୍ଟ ଏକ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଢେଲା ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହି ଢେଲା ପଥର ମାଡ଼ରେ ପ୍ରଥମେ କିଛି ସାଧାରଣ ଲୋକ ଓ ପୁଲିସକର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନ ବଢିବରୁ ବ୍ୟାପକ ପୁଲିସ ମୁତୟନ କରିବା ସହ ଏସପି ସାଗରିକାନାଥ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଘଟଣାସ୍ଥଳରେ ଉତ୍ତେଜନା କମି ନ ଥିବ ବେଳେ ୧୪୪ଧାରା ଲାଗୁ ଲାଗୁ କରାଯାଇଛଇ। ଅନ୍ୟପଟେ ସୁନହଟ ଛକରୁ ପାତ୍ରପଡା ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ ସିଲ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.9 ° C
    17.9 °
    17.9 °
    65 %
    2.1kmh
    45 %
    Thu
    17 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ