Sunday, March 22, 2026
25.7 C
Odisha

    ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣା: କମ୍ପାନି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ

    ଆଗକୁ ପଢନ୍ତୁ

    ନୀଳଗିରି: ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଏହି ଘଟଣାରେ ଅସୁସ୍ଥଙ୍କ ମଧ୍ୟରେ ନାବାଳିକା ଥିବାରୁ ଲୁଚାଇବାକୁ ପ୍ରୟାସ ଅଭିଯୋଗ ହୋଇଛି। ଏଣେ ଆଉ ଜଣେ ମହିଳା ଗତକାଲି ରାତିରୁ ଡାକ୍ତରଖାନାରୁ ଗାଏବ ହୋଇଯାଇଥିବା ନେଇ ବି ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଗୁରୁତର ଥିବା ମହିଳା ସ୍ମିତା ନାୟକ ବି ଗତକାଲି ରାତିରୁ ହସ୍ପିଟାଲରୁ ନିଖୋଜ ଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଖବର ପାଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେ ଏନେଇ ମହିଳା ଓ ନାବାଳିକାଙ୍କୁ ଖୋଜି ବାହାର କରିବାକୁ ଦାବି କରିବା ସହ ସଂପୃକ୍ତ କଂପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
    ରେମୁଣା ବ୍ଲକ ଗଡିଆମାଳ ସ୍ଥିତ ସ୍ନୋ ୱାର୍ଲ୍ଡ ନାମକ ଚିଙ୍ଗୁଡି ଫ୍ୟାକ୍ଟେରିରେ ବିଷାକ୍ତ ଗ୍ୟାସ ଲିକ ହେବାରୁ ୧୮ ରୁ ଉର୍ଦ୍ଧ୍ବ ଯୁବତୀ,ମହିଳା ଓ ନାବାଳିକା ଗୁରୁତର ହୋଇ ନୀଳଗିରି ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ସୂଚନା ମୁତାବକ ଆଜି ଗତକାଲି ରାତ୍ର ୯ଟା ସମୟରେ ରାତ୍ର ସିଫ୍ଟ ପାଇଁ କାର୍ଯ୍ୟ ଚାଲୁରହିଥିବା ବେଳେ କୌଣସି କାରଣ ବସତଃ ଉକ୍ତ ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକ କରିଥିଲା। ଫଳରେ କାର୍ଯ୍ୟରତ ଥିବା ଯୁବତୀ, ମହିଳା ଓ ନାବାଳିକାମାନେ ଜଣଙ୍କ ପରେ ଜଣେ ଅଚେତ ହେବାକୁ ଲାଗିଥିଲେ। କିଛି ନିଜର ଓଢଣି ସହାୟତାରେ ମାସ୍କ ପ୍ରସ୍ତୁତ କରି ନିଜକୁ ସୁରକ୍ଷା ଦେଇଥିଲେ ଏବଂ ଅଚେତ ସାଥୀ କର୍ମଚାରୀମାନଙ୍କୁ ଅଟୋ ସହାୟତାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।
    ହେଲେ କମ୍ପାନିର କୌଣସି କତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିନଥିଲେ।ସମସ୍ତ ମହିଳା ଚିଙ୍ଗୁଡି କମ୍ପାନୀରେ ଫିଲିଂ,ପ୍ୟାକିଂ ଓ ଚୋପା ଛଡେଇବା ଆଦି କାର୍ଯ୍ୟରେ କାର୍ଯ୍ୟରତ ଥିଲେ। ଯୁବତୀମାନଙ୍କ ମଧ୍ୟରେ କିଛି ଯୁବତୀ ନାବାଳିକା ଥିବା ବେଳେ ସେମାନଙ୍କ ସୁରକ୍ଷା ନିମନ୍ତେ କୌଣସି କିଟ ପ୍ରଦାନ କରାଯାଇନଥିଲା ।

    କମ୍ପାନି ନିଜର ଭୁଲକୁ ଲୁଚେଇବାକୁ ଯାଇ ବିନା ରେଫର କିମ୍ବା ଡିସଚାର୍ଜରେ ସମସ୍ତ ଅସୁସ୍ଥ କର୍ମଚାରୀମାନଙ୍କୁ ଠିକାଦାରଙ୍କ ଦ୍ବାରା ଡାକ୍ତରଖାନାରୁ ଗାୟବ କରିନେବା ପାଇଁ ଚେଷ୍ଟା ମଧ୍ୟ କରିଥିଲା।ହେଲେ ସ୍ଥୀନୀୟ ଅଞ୍ଚଳବାସୀ ଓ ନୀଳଗିରି ପୁଲିସ ମହିଳାମାନଙ୍କୁ ଉଦ୍ଧାର କରି ବାଲେଶ୍ବର ନାରୀ ସଂଘକୁ ପଠାଇଛନ୍ତି।

    ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାମାନଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କ ପ୍ରତି ଉଚିତ ନ୍ୟାୟ ପାଇଁ ତାଗିଦ କରିଥିଲେ। ସେହିପିରି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ବାଲେଶ୍ବର ଶ୍ରମ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କମ୍ପାନିର କୌଣସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସାଥୀମାନେ ସେମାନଙ୍କୁ ମେଡିକାଲକୁ ଆଣିଛନ୍ତି। ଏ ସିଫ୍ଟରେ କାମ କରୁଥିବା ସମୟରେ ହଠାତ ବିଷାକ୍ତ ଗ୍ୟାସ ଲିକ କରିବାରୁ ସମସ୍ତେ ଅଚେତ ହୋଇପଡ଼ିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ