Tuesday, October 13, 2026
28.9 C
Odisha

    ମେ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ!

    ଆଗକୁ ପଢନ୍ତୁ

    କଟକ: ମେ’ ଶେଷ ସପ୍ତାହ ଅର୍ଥାତ୍‌ ୨୫ ତାରିଖ ସାଧାରଣ ନିର୍ବାଚନ ପରେ ପ୍ରକାଶ ପାଇବ ମାଟ୍ରିକ୍ ଫରୀକ୍ଷାଫଳ। ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ। ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଡିଜିଟାଲ୍‌ ସାର୍ଟିଫିକେଟ୍ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି।
    ବହୁ ବର୍ଷ ଧରି ବୋର୍ଡ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ମେ’ ପ୍ରଥମ ସପ୍ତାହରେ (କରୋନା ପାଇଁ ୨୦୨୦ ବ୍ୟତୀତ) ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷ ଫଳ ପ୍ରକାଶନ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଫଳାଫଳ ସହ ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ ଯୋଜନା ଏହି ବିଳମ୍ବର ପ୍ରମୁଖ କାରଣ ‌ହୋଇଥିବା ବେଳେ ସାଧାରଣ ନିର୍ବାଚନ ଅନ୍ୟତମ କାରଣ ସାଜିଛି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ବୋର୍ଡର ପରୀକ୍ଷା କମିଟି ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ। ଏବର୍ଷ ପରୀକ୍ଷା କମିଟି ବୈଠକ ପାଇଁ ଆସନ୍ତାକାଲି କମିଟି ସଦସ୍ୟମାନଙ୍କୁ ଚିଠି କରାଯିବ। ନିୟମ ଅନୁସାରେ, ଚିଠି ଦେବାର ୭ଦିନରେ ପରୀକ୍ଷା କମିଟି ବୈଠକ ବସିଥାଏ ଓ ଏହି ବୈଠକରେ ମାଟ୍ରିକ୍ ପରୀକ୍ଷାଫଳ ଅନୁମୋଦିତ ହୋଇଥାଏ। ସେହିପରି ଆସନ୍ତା ୧୮ତାରିଖ ଦିନ କଟକର ରେଭେନ୍‌ସା କଲିଜିଏଟ୍ ସ୍କୁଲ ଭଳି ପ୍ରମୁଖ ବିଦ୍ୟାଳୟରେ ମିଳିବାକୁ ଥିବା ଡିଜିଟାଲ ପ୍ରମାଣପତ୍ର ବିଷୟରେ ଏକ ସଚେତନତା କର୍ମଶାଳା କରାଯିବାକୁ‌ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି। ଏଥିରେ ପ୍ରମାଣପତ୍ର କିପରି ଡାଉନଲୋଡ୍ କରାଯିବା ସେ ବିଷୟରେ ସଚେତନ କରାଯିବ ବୋଲି ସୂଚନା ମିଳିଛି।

    ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବ୍ରୁଆରି ୨୦ତାରିଖରୁ ଆରମ୍ଭ ହୋଇ ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ। ସମସ୍ତ ପରୀକ୍ଷା ୩୦୩୭ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା। ମୂଲ୍ୟାୟନ ପାଇଁ ୧୫ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ